ମହିଳା ମାନଙ୍କ ସଶକ୍ତିକରଣ ପାଇଁ ସମସ୍ତଙ୍କୁ ଗୁରୁତ୍ଵ ଦେବାକୁ ହେବ: ଜିଲ୍ଲାପାଳ ରାୟଗଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ କୋଲନରା ବ୍ଲକର ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମିଶ୍ର କିଶୋରୀ ବାଳିକା ମାନଙ୍କର, ମହିଳା ମାନଙ୍କର ସୁରକ୍ଷା ଦାୟିତ୍ଵ ଉଭୟ ସମାଜ ଓ ପ୍ରଶାସନର ରହିଛି ବୋଲି ଦୃଢ଼କ୍ତିର ସହ ପ୍ରକାଶ କରିଥିଲେ । କିଶୋରୀ ବାଳିକା ମାନେ ଓ ମହିଳା ମାନେ ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢି ପାରିବ ବୋଲି ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଏହାସହ କମ ବୟସରେ ବାହାଘର, ମହିଳା ମାନଙ୍କ ଉପରେ ହେଉଥିବା ହିଂସା, ଘରୋଇ ହିଂସା, ମହିଳା ଚାଲାଣ ଭଳି ସମସ୍ୟା ଗୁଡିକୁ ରୋକିବାକୁ ହେଲେ ସରକାରୀ ଅଧିକାରୀ, ଅଙ୍ଗନବାଡି କର୍ମୀ, ମହିଳା ଗୋଷ୍ଠୀ ଓ କିଶୋରୀ ବାଳିକା ମାନଙ୍କର ବହୁତ ଅବଦାନ ରହିଛି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡା, ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ, କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତାପସ କୁମାର ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ରାୟଗଡା ସ୍ୱୟ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମାନସୀ ମହାନ୍ତି, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଶ୍ରୀମତୀ ପ୍ରଣତି ପାତ୍ର, ଶିଶୁ ମଙ୍ଗଳ ସମିତିର ଅଧକ୍ଷ ଶ୍ରୀ ରାଜକିଶୋର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇ ବାଲ୍ୟ ବିବାହ ନିଷେଧ, ମହିଳା ମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ବିଷୟରେ ମତ ଦେଇଥିଲେ । ଏହି ଅବସରରେ ମହିଳା ମାନଙ୍କର ସୁରକ୍ଷା ନିମନ୍ତେ ନିଜର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବାଲ୍ୟ ବିବାହ ନିଷେଧ ଅଧିକାରୀ, ଆଇସିଡିଏସ ସୁପର ଭାଇଜର, ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକା ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆଇସିଡିଏସ କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରୀ ପାଢୀ ଓ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ସଂଯୋଜନା କରିଥିଲେ । କୋଲନରା ସମନ୍ଵିତ ଶିଶୁ ବିକାଶ ଯୋଜନାର ସମସ୍ତ କର୍ମଚାରୀ ଆୟୋଜନରେ ସହଯୋଗ କରିଥିଲେ । ଶେଷରେ ରାମନାଗୁଡା ସିଡିପିଓ ଶ୍ରୀମତୀ ଶାନ୍ତିଲତା ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault