ଭୁବନେଶ୍ୱର:ସମ୍ପ୍ରତି ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟାବହ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଭାରତ ସରକାରଙ୍କ ତରଫରୁ ଭାରତକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି । ଇତିମଧ୍ୟରେ ଆଜି କିଛି ଛାତ୍ରଛାତ୍ରୀମାନଙ୍କୁ ନୂଆଦିଲ୍ଲୀକୁ ଫେରାଇ ଅଣାଯାଇଛି । ସେମାନଙ୍କ ମଧ୍ୟରୁ ୧୨ଜଣ ଓଡ଼ିଶାର ଛାତ୍ରଛାତ୍ରୀ ଅଟନ୍ତି । ଏହି ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା-ମୋ ପରିବାରର ଆଇନ ଉପଦେଷ୍ଟା ଅବନୀ ସାହୁ ଏବଂ ନୂଆଦିଲ୍ଲୀ ପ୍ରତିନିଧି ଅକ୍ଷୟ ସାମଲ ଭେଟି ସେମାନଙ୍କର ଅବସ୍ଥା ବିଷୟରେ ପଚାରି ବୁଝିବା ସହ ଓଡ଼ିଶା ଭବନରେ ତାଙ୍କର ଖାଇବା ଏବଂ ରହିବାର ବ୍ୟବସ୍ଥା କରାଇଥିଲେ । ପରେ ରାତି ୮ଟାବେଳେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବା ସମୟରେ ବିଦାୟ ଜଣାଇଥିଲେ ।
ତେବେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ବିମାନବନ୍ଦରରେ ଗୁରୁବାର ରାତି ୧୦.୩୦ମିନିଟରେ ପହଞ୍ôଚଲା ପରେ ଓଡ଼ିଶା-ମୋ ପରିବାର ତରଫରୁ ଆବାହକ ଅରୁପ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ସମୀର ପ୍ରଧାନ, ସ୍ୱାସ୍ଥ୍ୟ ଉପଦେଷ୍ଟା ଦ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । କିଛି ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ଅବିଭାବକ ନିଜ ନିଜର ପିଲାମାନଙ୍କୁ ନେବା ପାଇଁ ଆସିଥିବାବେଳେ ଦୂରନ୍ତ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା-ମୋ ପରିବାର ଖାଇବାର ବନ୍ଦୋବସ୍ତ କରାଇ ଓଟିଡିସିର ସହଯୋଗିତାରେ ନିଜ ନିଜ ଗ୍ରାମକୁ ପଠାଯାଇଛି ।
ରାଜ୍ୟ
ୟୁକ୍ରେନ ଫେରନ୍ତା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କଲା" ଓଡିଶା ମୋ ପରିବାର "
- Hits: 416