ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଅସୁସ୍ଥ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ବର୍ତମାନ ଅସୁସ୍ଥ । ଆଜି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା କିଛି ଫୋଟୋରୁ ଏହା ସ୍ପଷ୍ଟ ହେଉଛି । ବାମ ହାତରେ ସାଲାଇନ ଆଟାଚମେଣ୍ଟ ଲାଗିଥାଇ ଆଜି ନିଜର ଅସୁସ୍ଥତା ସତ୍ୱେ ମନ୍ତ୍ରୀ ଶ୍ରୀ ସିଂ ଖରସଲ ଗ୍ରାମ ରେ ଗଣ୍ଡ ସମାଜର ଆଗ୍ରହ ଓ ସହିଦ ମାନଙ୍କ ପ୍ରତି ରହିଥିବା ତାଙ୍କର ଭକ୍ତି ଓ ସମ୍ମାନ ପାଇଁ ଲଢୁଆ ସହିଦ ଦିଆଲ ସିଂ ସର୍ଦାର ଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପାଇଁ ପହଂଚିଥିଲେ । ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ ଅସୁସ୍ଥତା କାରଣରୁ ଡାକ୍ତର ମନ୍ତ୍ରୀ ଙ୍କୁ ଅନ୍ତତଃ ତିନି ଚାରି ଦିନ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିଲେ । ନିଜର ଅସୁସ୍ଥତାକୁ ଭ୍ରୁକ୍ଷେପ ନ କରି ମନ୍ତ୍ରୀ ଲୋକଙ୍କ ଗହଣରେ ପହଂଚିଥିଲେ । ଅବଶ୍ୟ ଏହା ମନ୍ତ୍ରୀ ସିଂ ଙ୍କର ପାଇଁ କିଛି ନୂଆ ନୁହେଁ । ନିଜେ ମହାମାରୀ କୋରୋନାର ଶିକାର ହୋଇଥିଲେ । ସେତେବେଳେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିଲା ହେଲେ ମହାମାରୀରୁ ଆରୋଗ୍ୟ ହେବା ଦୁର୍ବଳ ଶରୀର ପାଇଁ କିଛିଦିନ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ସତ୍ତ୍ୱେ ଶ୍ରୀ ସିଂ ଲୋକଙ୍କ ଗହଣରେ ପହଂଚିଥିଲେ । ଆଜି ସନ୍ଧ୍ୟାରୁ ମନ୍ତ୍ରୀଙ୍କର ଫୋଟୋ ଖୁବ ଜୋରରେ ସାମାଜିକ ଗଣମାଧ୍ୟମରେ ଘୁରିବୁଲିବା ପରେ ମନ୍ତ୍ରୀଙ୍କର ସାମାଜିକ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ବୁଦ୍ଧିଜୀବୀ ଓ ପ୍ରଶଂସକ ତାଙ୍କର ଶିଘ୍ର ଆରୋଗ୍ୟ କାମନା କରିଛନ୍ତି ।

0
0
0
s2sdefault