-
ଚାଓଜୋନେଟେଡ ଜଳର ଦୃଢ ବ୍ୟାକ୍ଟେରିଆ ନିରୋଧୀ କ୍ଷମତା ରହିଛି ଯାହାକୁ ହାତ, ପାତ୍ର, ଦୁଗ୍ଧ ବୋତଲ ଏବଂ ଖେଳନା ଧୋଇବାକୁ ବ୍ୟବହାର କରାଯାଇପାରିବ
-
ଚା‘ଇନଷ୍ଟାଣ୍ଟ ଓଜୋନ ଜେନେରେସନ ଟେକ୍ନୋଲୋଜି’ ଓଜୋନ୍କୁ ତତ୍କ୍ଷଣାତ ଜଳରେ ଦ୍ରବୀଭୁତ କରିଦେବ, ଯାହା ଖାଦ୍ୟ ପୃଷ୍ଠଭାଗରୁ କ୍ଷତିକାରକ କୀଟନାଶକର ଅବଶେଷକୁ ସଫଳତାର ସହିତ ଦୂର କରିଦେବ
-
ଚାଓଜୋନ୍ ଆଣ୍ଟିବ୍ୟାକ୍ଟେରିଆଲ ସାନିଟାଇଜର ଇ.କୋଲି ଦୂର କରିବାକୁ ଏକ ଫଳପ୍ରଦ ସାନିଟାଇଜର ଯାହା ଆଲକୋହଲ ଭିତ୍ତିକ ପରିଷ୍କାରକ ତରଳ ପଦାର୍ଥ ପ୍ରତିବଦଳରେ ବ୍ୟବହାର କରାଯାଇପାରିବେ
ବାଙ୍ଗାଲୋର/ ଭୁବନେଶ୍ୱର: ଅଗ୍ରଣୀ ଉପଭୋକ୍ତା ପ୍ରଯୁକ୍ତି ବ୍ରାଣ୍ଡ୍ ଏସର୍ ଓଜୋନ୍ ଆଣ୍ଟିବ୍ୟାକ୍ଟେରିଆଲ ସାନିଟାଇଜର ବଜାର ପ୍ରବେଶ କରାଇଛି । ଓଜୋନେଟେଡ ଜଳର ଦୃଢ ବ୍ୟାକ୍ଟେରିଆ ନିରୋଧୀ ଶକ୍ତି ରହିଛି । ବିଭିନ୍ନ ସାମଗ୍ରୀକୁ ପରିଷ୍କାର କରିବା ଏବଂ ସେଗୁଡିକୁ ଜୀବାଣୁମୁକ୍ତ, ତାଜା, ସ୍ୱାସ୍ଥ୍ୟପ୍ରଦ ଏବଂ ବ୍ୟାକ୍ଟେରିଆ ମୁକ୍ତ ରଖିବାକୁ ଏହା ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଇଥାଏ । ନୂଆକରି ବିକଶିତ ଏବଂ ‘ଇନଷ୍ଟାଣ୍ଟ ଓଜୋନ୍ ଜେନେରେସନ ପ୍ରଯୁକ୍ତି’ର ସ୍ୱତନ୍ତ୍ର ପାଟେଣ୍ଟ ଓଜୋନ୍କୁ ତତ୍କ୍ଷଣାତ ଜଳରେ ଦ୍ରବୀଭୂତ କରିବ, ଯାହା ପୃଷ୍ଠଭାଗରୁ ୭୫% କୀଟନାଶକ ଦୂର କରି ଖାଦ୍ୟ ସାମଗ୍ରୀର ବ୍ୟବହାର ଉପଯୋଗୀ ସମୟ ୨ରୁ ୩ଗୁଣ ବୃ୍ଦ୍ଧି କରିବ ।
ଏହାର ବଜାର ପ୍ରବେଶ ଅବସରରେ ପ୍ରକାଶ କରି ଏସର୍ ଇଣ୍ଡିଆର ମାର୍କେଟିଂ ହେଡ୍ ସୂରଜ ବାଲାକ୍ରିଷ୍ଣନ୍ କହିଛନ୍ତି, “ଏସର୍ରେ ଆମର ଲକ୍ଷ୍ୟ ହେଉଛି ଜନସାଧାରଙ୍କ ଜୀବନକୁ ଉନ୍ନତ ଓ ସ୍ୱାସ୍ଥ୍ୟପ୍ରଦ କରିବା । ସଂପ୍ରତି ମହାମାରୀ ପରିସ୍ଥିତିରେ ଆମେ ଏଭଳି ଉତ୍ପାଦସମୂହ ଆଣିବାକୁ ଲକ୍ଷ୍ୟ ରଖିଛୁ ଯାହା ଏକ ନିରାପଦ ପରିବେଶ ସୃଷ୍ଟିକରିବ ଏବଂ ଏହା ବର୍ତ୍ତମାନ ସମୟର ଜରୁରୀ ଆବଶ୍ୟକତା ହୋଇଛି । ଓଜୋନ୍ ଆଣ୍ଟିବ୍ୟାକ୍ଟେରିଆଲ ସାନିଟାଇଜରକୁ ନେଇ ଆମର ବିଶ୍ୱାସ ଯେ ସର୍ବାଧୁନିକ ପ୍ରଯୁକ୍ତି ଆମର ଗ୍ରାହକଙ୍କୁ ଓଜୋନେଟେଡ ଜଳକୁ ବ୍ୟବହାର କରି ଏକ ସ୍ୱଚ୍ଛ ଏବଂ ବ୍ୟାକ୍ଟେରିଆ ମୁକ୍ତ ପରିବେଶର ସୁଯୋଗ ଯୋଗାଇଦେବ ଏବଂ ସେମାନଙ୍କର ପରିବାରବର୍ଗ ଓ ପ୍ରିୟ ପରିଜନଙ୍କୁ ସବୁ ସମୟରେ ନିରାପଦ ଓ ସୁସ୍ଥ ରଖିବ ।”
ସରଳ ଏବଂ ବ୍ୟବହାର ପାଇଁ ସହଜ ଏହି ଉତ୍ପାଦକୁ ଆମର ଦୈନନ୍ଦିନ ଟ୍ୟାପ୍ ଜଳରେ ଖଞ୍ଜି ଦିଆଯାଉଛି ଏବଂ ତାହାପରେ ଏହା ଓଜୋନେଟେଡ ଜଳ ଯୋଗାଉଛି ଯାହାକୁ ତାଜା ଖାଦ୍ୟ, ବାସନକୁସନ ଏବଂ ଚଟାଣ ଆଦିକୁ ପରିଷ୍କାର କରିବା ନିମନ୍ତେ ବ୍ୟବହାର କରାଯାଇପାରିବ । ଓଜୋନ୍ ଆଣ୍ଟିବ୍ୟାକ୍ଟେରିଆଲ ସାନିଟାଇଜରରୁ ଜଳ ଆମର ପୋଷା ଜୀବଙ୍କ ଠାରେ ଦେଖାଯାଉଥିବା ବ୍ୟାକ୍ଟେରିଆ ସଂକ୍ରମଣ ଭଳି ରୋଗ, ଫଙ୍ଗାଲ ସଂକ୍ରମଣ, ପାରାସାଇଟ ଏବଂ ଆଲର୍ଜି ଆଦି ନିରାକରଣ କରୁଥିବା ପ୍ରମାଣିତ ହୋଇଛି । ରିଡକ୍ସନ ପ୍ରକ୍ରିୟା ସମୟରେ ଏହି ଜଳ ଜୀବାଣୁ ବିଶୋଧନ, ଦୁର୍ଗନ୍ଧ ନାଶକ, ପରିଷ୍କାରକ ଏବଂ ସଂରକ୍ଷଣ ସାମର୍ଥ୍ୟ ହାସଲ କରିପାରିବ । ଏହି ଓଜୋନେଟେଡ ଜଳ ଏଫ୍ଡିଏ ଦ୍ୱାରା ଅନୁମୋଦିତ, ଯାହାକୁ ଖାଦ୍ୟ ଓ ପାନୀୟ ଶିଳ୍ପରେ ବ୍ୟବହାର କରାଯାଉଛି, ବିଶେଷକରି ବୋତଲ ଏବଂ ବାସନକୁସନକୁ ଜୀବାଣୁମୁକ୍ତ କରିବା ନିମନ୍ତେ ଏହାକୁ ବ୍ୟବହାର କରାଯାଉଛି ।
ମୂଲ୍ୟ ଓ ଉପଲବ୍ଧତା
ଏସର୍ ଓଜୋନ ଆଣ୍ଟିବ୍ୟାକ୍ଟେରିଆଲ ସାନିଟାଇଜରକୁ କମ୍ପାନୀର ଅନ୍ଲାଇନ ଷ୍ଟୋର ଏବଂ ଆମାଜନ୍ ଓ ଫ୍ଲିପକାର୍ଟରୁ କିଣାଯାଇପାରିବ । ଏହା ମଧ୍ୟ ଦେଶବ୍ୟାପୀ ରହିଥିବା ଏସର୍ ଏକ୍ସକ୍ଲୁସିଭ ରିଟେଲ ଷ୍ଟୋରରେ ଉପଲବ୍ଧ ହେବ ଏବଂ ଏହାର ମୂଲ୍ୟ ୧୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି ।