-
ଗୁମୁରା ମାଝୀସାହି କ୍ଳବ ଘରଠାରୁ ରେଲୱେ ଷ୍ଟେସନ ରାସ୍ତା ମରଣ ଯନ୍ତା
-
ଚେଇଁ ଶୋଇଛି ବୋଧେ ପ୍ରଶାସନ, ଦି ବର୍ଷ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ସରୁନି କାମ।
-
ସାମାନ୍ୟ ବର୍ଷା ହେଲେ ପାଣି କାଦୁଅରେ ଘାଣ୍ଟି ହେଉଛନ୍ତି ଗୁମୁରା ଏକ ନମ୍ବର ଅଙ୍ଗନବାଡି ଛାତ୍ର ଛାତ୍ରୀ।
କେନ୍ଦୁଝର।(ସିଦ୍ଧେଶ୍ୱର ସାହୁ) : ଲୋକମାଙ୍କ ଗମନାଗମନର ସୁବିଧା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ବୈମାତୃକ ମାନଭାବ ଯୋଗୁଁ ସାଧାରଣ ଲୋକେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ତିନି କିମି ଦୂରରେ ଥିବା ସଦର ବ୍ଲକ ଅନ୍ତର୍ଗତ ମାଣ୍ଡୁଆ ପଂଚାୟତର ଗୁମୁରା ଗ୍ରାମରେ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୨୦ମସିହା ନଭେମ୍ବର ମାସ ୨୫ତାରିଖରୁ ୨୪୦୩୦୦୧୦୧୩/ଆରସି/୧୦୪୩୧୩୫୨ କୋଡ଼ ଅନୁଯାଇ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟଅଟକଳ ରେ ଆରମ୍ଭ ହୋଇଥିବା କାର୍ଯ୍ୟ ଏବେ ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି।
ଫଳରେ ସ୍ଥାନୀୟ ଲୋକେ ଯାତାୟତ ପରି ମୌଳିକ ସୁବିଧାରୁ ବଂଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାସ୍ତା କଡରେ ଥିବା ଗୁମୁରା ଏକ ନମ୍ବର ଅଙ୍ଗନବାଡିର ଛାତ୍ର ଛାତ୍ରୀ ମାନେ ମଧ୍ୟ ସାମାନ୍ୟ ବର୍ଷାରେ ପାଣି କାଦୁଅରେ ଘାଣ୍ଟି ହେଉଛନ୍ତି।ରାସ୍ତା ଏତେ ସଚନୀୟ ହୋଇ ପଡିଛିଯେ ଉକ୍ତ ରାସ୍ତାଦେଇ ଆମ୍ବୁଲାନ୍ସ, ଦମକଳ ଆଦି ଅତ୍ୟାବସାକୀୟ ଜାନ ତ ଦୁରରକଥା ମୋଟର ସାଇକେଲ ମଧ୍ୟ ଯାତାୟତ କରିପାଉନାହିଁ। ଯାତାୟତର ମୌଳିକ ସୁବିଧାପାଇଁ ତୁରନ୍ତ ଗୁମୁରା ମାଝୀ ସାହି କ୍ଳବ ଘର ନିକଟରୁ ଅଙ୍ଗନବାଡି କେନ୍ଦ୍ରଦେଇ କେଉଁଝରଗଡ଼ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାକୁ ପିଚୁ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।