ହେଡଲାଇନସ୍:

ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଜ୍ଞାନ ଦିବସ ପାଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଡ଼ଃ ବୃଷକେତୁ ଦାସଙ୍କୁ ସମ୍ବର୍ଦ୍ଧନାରେ କୃପାଳୁ ପଞ୍ଚାମୃତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ପୂର୍ବାହ୍ନରେ ପ୍ରଥମେ ପ୍ରାର୍ଥନା , ଗୀତା ପଠନ ଏବଂ ଆରତୀ ପରେ  ପ୍ରଧାନାଚାର୍ଯ୍ୟ  ସ୍ୱାମୀ ନିଗମାନନ୍ଦ ଜୀ ଜ୍ଞାନ ପାଞ୍ଚମୀ ତଥା ସରସ୍ବତୀ  ପୂଜା ବିଷୟରେ ବୁଝାଇଥିଲେ। ପିଲାମାନେ ସରସ୍ବତୀ ବନ୍ଦନା ଏବଂ ବିଭିନ୍ନ ଜଣାଣ ଗାନ କରିଥିଲେ। ଅପରାହ୍ନରେ ସ୍ଥାନୀୟ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ବୃଷକେତୁ ଦାଶଙ୍କୁ ପୁରାତନ ଛାତ୍ର ସଂସଦ  ତରଫରୁ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ବାଳ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ତଥା ସେହି ବିଦ୍ୟାଳୟର ପୁରାତନ ଛାତ୍ର ନିତ୍ୟାନନ୍ଦ ଚୌଧୁରୀ 'କୃପାଳୁ-ପଞ୍ଚାମୃତ' ଜଗଦଗୁରୁ ଶ୍ରୀକୃପାଳୁ ମହାରାଜଙ୍କ ଲିଖିତ ଅବିକଳ ଲେଖାକୁ ସମ୍ବର୍ଦ୍ଧନା ଦେଇଥିଲେ।  ଡ଼ଃ ଦାଶ ଜାନୁଆରୀ ୨୦୨୦ ମସିହାରେ  ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କୁ  ନିମନ୍ତ୍ରଣ କରି ବିଦ୍ୟାଳୟର ଗୌରବ ବଢ଼ାଇବା ସହ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ।

0
0
0
s2sdefault