ପଦ୍ମପୁର(ଶାସକପ୍ରଶାସକ)- ଜିଲ୍ଲା ଅବକାରୀ ମୋବାଇଲ ଟିମ୍, ଗାଇସିଲେଟ ପୁଲିସ୍, ପଦ୍ମପୁର ଅବକାରୀ ଥାନାଧିକାରୀ ହେମକାନ୍ତ ସୁନା ଓ ସହକର୍ମୀ ଗାଇସିଲେଟ ଥାନା ଅଧନ ଛିନ୍ଦ୍ରାପାଲି, ଡୁଙ୍ଗୁରିପାଲି, ଶରଧାପାଲି ଗାଁର କେତେକ ବେଆଇନ ମଦରନ୍ଧା ଭାଟି ଉପରେ ଚଢ଼ଉ କରିଥିଲେ । ପ୍ରାୟ ୧୫ କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ କରାଯାଇଛି। ଶରଧାପାଲିର ଟିକେଶ୍ୱର ସାହୁଙ୍କ ଠାରୁ ୩୦ ଲିଟର ମଦ ଜବତ କରାଯିବା ସହ ତାକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେହିପରି ଅନ୍ୟ ଏକ ସ୍ଥାନରୁ ୬୦ ଲିଟର ମଦ ସହ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି ।










