ହେଡଲାଇନସ୍:

ଭୂମିଜଙ୍କ ଦୁନିଆରେ ଦିନେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ :ଓଡ଼ିଶାର ଭୂମିଜ ଜନଜାତି

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛିା ଦର୍ଶକମାନେ ଫେବୃଆରୀ ୬ ତାରିଖ ଦିନ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଓଡ଼ିଶାର ଭୂମିଜ ଜନଜାତିଙ୍କ ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତିା
ଭୂମିଜ ଜନଜାତି ସଂପ୍ରଦାୟ ବିଶେଷତଃ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟଗୁଡ଼ିକରେ ବସବାସ କରିଥାନ୍ତିା ଏହି ସଂପ୍ରଦାୟ କୃଷିଜୀବୀ ଅଟନ୍ତିା ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟତଃ ଭୂମିଜ ଜନଜାତିର ଲୋକମାନଙ୍କୁ ଦେଖିବାକୁ ମିଳୋ ଗ୍ରାମରେ ସେମାନେ ଅନ୍ୟାନ୍ୟ ଜନଜାତି ସଂପ୍ରଦାୟ ସହିତ ବାସ କରିଥାନ୍ତିା ବେଶପୋଷାକରେ ଭୂମିଜମାନେ ହିନ୍ଦୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାନ୍ତିା ପୁରୁଷମାନେ ଧୋତି ଓ ଗାମୁଛା ବ୍ୟବହାର କରିଥାନ୍ତିା ଗାଁ ବାହାରକୁ ଯିବାବେଳେ ସେମାନେ ସାର୍ଟ ପିନ୍ଧିଥାନ୍ତିା ଭୂମିଜ ଜନଜାତି ମହିଳାମାନେ ଶାଢ଼ି ଓ ବ୍ଲାଉଜ ପରିଧାନ କରିଥାନ୍ତିା ପାରମ୍ପରିକ ଭାବେ ସେମାନେ ନାଲି ଓ ନୀଳ ଗାର ଥିବା ଖଦି କପଡ଼ା ବ୍ୟବହାର କରିଥାନ୍ତିା ଓରାଓଁ ଜନଜାତିର ପୋଷାକ ସହିତ ଏହା ସମାନ ପ୍ରକାରର ଦେଖାଯାଏା ମହିଳାମାନେ ନାକଫୁଲ, ମାଳିହାର, ବାହୁବନ୍ଧ ଓ ଚୂଡ଼ିକୁ ସ୍ଥାନୀୟ ବଜାରରୁ କିଣିଥାନ୍ତିା ସେହି ଅଳଙ୍କାର ମଧ୍ୟରୁ କେତେକ ମୂଲ୍ୟବାନ ଧାତୁ ବିଶେଷତଃ ରୂପା ଦ୍ୱାରା ପ୍ରସ୍ତୁତ କରାଯାଇଥାଏା
ଭୂମିଜ ଜନଜାତିମାନଙ୍କର ଏକ ବିଶେଷତ୍ୱ ରହିଛିା ସେମାନେ ସାମାଜିକ-ଧାର୍ମିକ ବିଶ୍ୱାସକୁ ମାନିଥାନ୍ତିା ଏହି ଜନଜାତି ୧୫ଟି ଗୋତ୍ରରେ ବିଭକ୍ତା ସେଥି ମଧ୍ୟରୁ ଘୋଡ଼ା, ପଦ୍ମ, ସର୍ପ ଓ ପୃଥିବୀ ଅନ୍ୟତମା ଭୂମିଜ ଜନଜାତି ସଂପ୍ରଦାୟଙ୍କ ନିମନ୍ତେ ଏହି ଟୋଟେମ୍ ଗୁଡ଼ିକ ଉଦ୍ଭିଦ ପ୍ରାଣୀସମୂହ ଓ ପ୍ରକୃତିର ବିଭିନ୍ନ ଉପାଦାନକୁ ପ୍ରତିନିଧିତ୍ୱ କରିଥାଏା ସିଙ୍ଗବଙ୍ଗା ହେଉଛନ୍ତି ଭୂମିଜ ଜନଜାତିଙ୍କ ପରମ ଦେବତାା

0
0
0
s2sdefault