ବିଜେପି ଛାଡି ବିଜେଡିରେ ଯୋଗ ଦେଉଛନ୍ତି ତୃଣମୂଳସ୍ତର ନେତା ଓ କର୍ମୀ
ବରଗଡ :- ପ୍ରବଳ ଶୀତର ବାତାବରଣକୁ ଗରମ କରିଦେଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ । ବିରୋଧୀଙ୍କର ହ୍ରାସ ପାଉଥିବା ଲୋକପ୍ରିୟତା ଓ ବିରୋଧୀ ନେତା ମାନଙ୍କର ପାରିବା ପଣିଆ ଉପରେ ଖୋଦ ତାଙ୍କର ଦୃଢ଼ ସମର୍ଥକ ମାନେ ଅବିଶ୍ୱାସ କରିବା ଆରମ୍ଭ କରିଦେଇଥିବା ଅଭିଯୋଗ ହେଉଛି । ସାଧାରଣ ନିର୍ବାଚନ ସରିବା ପରେ ବିରୋଧୀ ନେତୃ ସ୍ଥାନୀୟ ବ୍ୟକ୍ତି ମାନେ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ହେୟ ଜ୍ଞାନ କରୁଥିବା ଓ ଆବଶ୍ୟକ ସ୍ଥଳେ କାର୍ଯ୍ୟକର୍ତ୍ତା ମାନଙ୍କୁ ଦୁର୍ବ୍ୟବହାର କରିବା ଅନେକ ଅଭିଯୋଗ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି । ବିରୋଧୀ ଦଳର ନେତାମାନଙ୍କର ଆଚରଣରେ ଅତିଷ୍ଠ ହୋଇଥିବା ଅଭିଯୋଗ ପୂର୍ବକ କାର୍ଯ୍ୟକର୍ତ୍ତା ମାନେ ବର୍ତ୍ତମାନ କ୍ରମାଗତ ଭାବରେ ନିଜର ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହେବା ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଲୋକାଭିମୁଖୀ ଯୋଜନା ଗୁଡିକର ତୃଣମୂଳ ସ୍ଥରରେ ସଫଳ ରୂପାୟନ , ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ବଳିଷ୍ଠ ନେତୃତ୍ୱ ତାଙ୍କର କ୍ରମାଗତ ଭାବରେ ନିଃସ୍ୱାର୍ଥପର ଜନସେବା ରେ ପ୍ରେରିତ ହୋଇ ଆଜି ସୋହେଲା ବ୍ଲକ ପଣ୍ଡକିପାଲି ପଞ୍ଚାୟତ ର କାସିପାଲି ଗ୍ରାମର ପୂର୍ବତନ ବିଜେପି କର୍ମୀ ସୁନାଧର ବାରିହା , ରାମରତନ ବାରିହା , ଘନଶ୍ୟାମ ବିଶି , ରମେଶ ଭୋଇ , ଜୟକୃଷ୍ନ ବିଶ୍ୱାଳ , ପଣ୍ଡକିପାଲିର ସୁରେଶ ଗଉନ୍ତିଆ ଙ୍କର ନେତୃତ୍ୱରେରେ ପଣ୍ଡକିପାଲି ଓ ଆଖପାଖ ଅଞ୍ଚଳର ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ମନ୍ତ୍ରୀଙ୍କର ଆବାସିକ କାର୍ଯ୍ୟାଳୟରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବରେ ଯୋଗଦାନ କରିଥିଲେ । ମନ୍ତ୍ରୀ ଶ୍ରୀ ସିଂ ନୂତନ ସଭ୍ୟ ମାନଙ୍କୁ ଫୁଲମାଳ ତଥା ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିବା ସହିତ ଜନସାଧାରଣ ଙ୍କର ସହିତ ସିଧା ଯୋଡି ହୋଇ ସେମାନଙ୍କ ପାଇଁ କାମ କରିବାକୁ କହିଥିଲେ । ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଲଢ଼ୁଥିବା ନିର୍ବାଚନ ମଣ୍ଡଳୀ ଭାବେ କଣସହଉନା ଭଟଲିରେ ଲଗାତାର ଭାବେ ପଦ୍ମରୁ ପାଖୁଡା ଖସିବା ପ୍ରକ୍ରିୟା ଜାରି ରହିବ ବିଜେପି ପାଇଁ ଏକ ପ୍ରକାର ଆହ୍ୱାନ ସୃଷ୍ଟି କରିଛି |