ହେଡଲାଇନସ୍:

ଶିକ୍ଷାଦାନର ଅଭିନବ ପ୍ରୟାସ; ଅଭିଭାବକଙ୍କ ଭୂୟସୀ ପ୍ରଶଂସା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ : କୋଭିଡ ବିଗାଡିଛି ଶିକ୍ଷା ବ୍ୟବସ୍ଥା । ପ୍ରଭାବିତ ହୋଇଛନ୍ତି କୁନି ଛାତ୍ର ଛାତ୍ରୀମାନେ । ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ କରାଯାଇଛି ଅନଲାଇନ ପାଠ ପଢା ବ୍ୟବସ୍ଥା । ହେଲେ କୁନି କୁନି କିଶୋର କିଶୋରୀଙ୍କ ପାଠ ପଢାରେ କୋଭିଡର ଭାରି ପ୍ରଭାବ ଦେଖିବାକୁ ମିଳୁଛି । ପ୍ରାଥମିକ ସ୍କୁଲର କୁନି ଛାତ୍ର ଛାତ୍ରୀଙ୍କୁ ଅନଲାଇନ ପାଠକୁ ଗ୍ରହଣ କରିବା ସହଜ ହେଉନାହିଁ । ସ୍କୁଲ ବନ୍ଦ ରହିଥିବାରୁ ଉଭୟ ଅଭିଭାବକ ତଥା ଶିକ୍ଷକମାନଙ୍କୁ କୁନି ପିଲାମାନଙ୍କ ଶିକ୍ଷାଦାନରେ ଅନେକ ଅସୁବିଧା ଆସୁଛି । ଫଳରେ ଛାତ୍ର ଛାତ୍ରୀଙ୍କ ପ୍ରାରମ୍ଭିକ କାରିଅର ଗଠନକୁ ନେଇ ଅଭିଭାବକଙ୍କ ଚିନ୍ତା ବଢୁଛି । ଏଭଳି ଏକ ଘଡି ସନ୍ଧି ସମୟରେ ପିଲାମାନଙ୍କୁ ସଠିକ ଭାବେ ଶିକ୍ଷାଦାନ କରିବାକୁ ଆଗେଇ ଆସିଛନ୍ତି କିଛି ଶିକ୍ଷକ ।
ପୁରୀ ଜିଲ୍ଲାର ନିମାପଡା, ପିପିଲି ଓ ସତ୍ୟବାଦୀ ବ୍ଲକର କିଛି ଶିକ୍ଷକ ଆପଣାଇଛନ୍ତି ଅଭିନବ ଉପାୟ । ସ୍କୁଲ ପରିଧିରୁ ନିଜକୁ କାଢି କରୁଛନ୍ତି ଶିକ୍ଷାଦାନ । ସ୍କୁଲ ବାହାରେ କୋଭିଡ କଟକଣା ଭିତରେରେ ରହି କୁନି ପିଲାମାନଙ୍କ ମୂଳଦୁଆ ସୁଦୃଢ କରିବାକୁ ପ୍ରୟାସ  କରୁଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଗ୍ରାମ କୋଠଘର, ଠାକୁର ପ୍ରାଙ୍ଗଣ, ବ୍ୟକ୍ତିଗତ ବାରଣ୍ଡା ଆଦିରେରେ ପାଠ ପଢାଉଛନ୍ତି । ସର୍ବାଧିକ ୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପାଠ ପଢାଯାଉଥିବା  ଜଣାପଡିଛି । ଯାହା ଏବେ ସଂପୃକ୍ତ  ଅଞ୍ଚଳରେ ଆଦର ଶାଉଁଟୁଛି । ସ୍କୁଲ ଗୁଡିକ ଖୋଲାହେବା ଯାଏଁ ଏପରି ଶିକ୍ଷାଦାନ ଚାଲୁ ରହିବ ବୋଲି ଅଭିଭାବକମାନେ କହିଛନ୍ତି ।

0
0
0
s2sdefault