ହେଡଲାଇନସ୍:

ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ଲୋକାର୍ପିତ ହେଲା ପୁସ୍ତକ “ଗାନ୍ଧୀସ ଲିଡରସିପ୍ ଷ୍ଟାଇଲ୍ ଆଣ୍ଡ୍ ମ୍ୟାନେଜମେଣ୍ଟ ଟେକ୍ନିକ୍”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡକ୍ଟର୍ ଦେବାଶିଷ ଭୂୟାଁ ଓ ପ୍ରଫେସର ନିରଞ୍ଜନ ପାଣିଙ୍କ ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ଉପରେ ଲିଖିତ ଗବେଷଣାତ୍ମକ ପୁସ୍ତକର ଲୋକାର୍ପଣ କଲେ ରାଜ୍ୟପାଳ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଶହୀଦ୍ ଦିବସରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲଙ୍କ ଦ୍ୱାରା ଡକ୍ଟର୍ ଦେବାଶିଷ ଭୂୟାଁ ଓ ପ୍ରଫେସର ନିରଞ୍ଜନ ପାଣିଙ୍କ ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ଉପରେ ଲିଖିତ ଗବେଷଣାତ୍ମକ ପୁସ୍ତକ “ଗାନ୍ଧୀସ ଲିଡରସିପ୍ ଷ୍ଟାଇଲ୍ ଆଣ୍ଡ୍ ମ୍ୟାନେଜମେଣ୍ଟ ଟେକ୍ନିକ୍” ଓଡିଶା ରାଜଭବନ ଠାରେ ଉନ୍ମୋଚିତ ହୋଇଅଛି । ଏହି ପୁସ୍ତକଟିକୁ ଏନ୍.ବି. ପବ୍ଲିକେସନ୍, ନୂଆଦିଲ୍ଲୀ ଦ୍ୱାରା ପ୍ରକାଶିତ କରାଯାଇଅଛି । ଭାରତର ସ୍ୱାଧୀନତା ସଂଗ୍ରାମ କାଳରେ ମହାତ୍ମା ଗାନ୍ଧୀ ଆପଣାଇ ଥିବା ନେତୃତ୍ୱ ଓ ବର୍ତ୍ତମାନ ସମୟରେ ସେଗୁଡିକର ପ୍ରାସଙ୍ଗିକତା ସର୍ମ୍ଫକରେ ଲେଖକ ଦ୍ୱୟ ବିଷଦ୍ ଭାବରେ ଏହି ଗବେଷଣାତ୍ମକ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ଆଜି ପୁସ୍ତକ ଉନ୍ମୋଚିତ ଉତ୍ସବରେ ରାଜ୍ୟପାଳଙ୍କ ସହିତ ଲେଖକ ଦ୍ୱୟ ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault