ହେଡଲାଇନସ୍:

ନେତାଙ୍କ ପାଇଁ ରୋଷଣୀ  ବାଣଫୁଟି ବାଳକ ଗୁରୁତର,ସହାୟତା ନିବେଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

28-07-18-jaj.jpg - 111.60 kB

ଯାଜପୁରରୋଡ୍ : ସୁକିନ୍ଦା ବିଧାୟକ ଗତ ୫.୬.୧୮ରେ "ପରୀ' କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାସୋଳ ପଞ୍ଚାୟତର ୧୦ ନଂ ୱାର୍ଡର ମାଙ୍କିଡିଆ ବସ୍ତି ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ବାଣରୋଷଣିର ଆୟୋଜନ କରାଯାଇଥିଲା । ପ୍ରକାଶ ଥାଉକି, ସେହି ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ମାଙ୍କିଡିଆ ବସ୍ତିର ସନିଆ ମାଙ୍କିଡିଆଙ୍କ ପୁଅ ମାନୁଏଲ୍ ମାଙ୍କଡିଆ(୮) ରାସ୍ତାକଡ଼ରୁ ଏକ ଅଫୁଟା ବାଣ ପାଇଥିଲା । ଦୁର୍ଭାଗ୍ୟବଶତଃ ଏହି ବାଣଟି ଫୁଟିବାରୁ ମାନୁଏଲ୍ ଗୁରୁତର ହୋଇଥିଲା । ଏଥିରେ ତା'ର ଦୁଇଟି ଗୋଡ଼ ଓ ହାତ ପ୍ରାୟ ୬୦ ଭାଗ ପୋଡ଼ିଯାଇଥିଲା । ଅସହାୟ ପୀଡ଼ିତ ବାଳିକ ଏକ ଗରିବ ଆଦିବାସୀ ପରିବାରର । ଓଳିଏ ଚୁଲି ଜଳିଲେ ଆର ଓଳିକୁ ଉପାସ । ଏମିତି ସ୍ଥିତିରେ ପିଲାଟିର ଉପଯୁକ୍ତ ଚିକିତ୍ସା କରାଇପ ପାରିନାହାନ୍ତି ପରିବାର ଲୋକେ । ଅନ୍ୟପକ୍ଷରେ ବିଧାୟକ ମହାଶୟ ପିଲାଟି କେମିତି ଅଛି ତା'ର ପରିବାର କେମିତି ଚଳୁଛନ୍ତି ସେଥିପ୍ରତି ଆଜିପର୍ଯ୍ୟନ୍ତ ଦୃଷ୍ଟି ଦେଇନାହାନ୍ତି । ଏପଟେ ମାନୁଏଲ୍ର ବାପା ପୁଅର କିପରି ଚିକିତ୍ସା କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ବିଧାୟକଙ୍କୁ ସ୍ୱାଗତ କରାଯାଉ ମନା ନାହିଁ କିନ୍ତୁ ମାନୁଏଲ ପରି ଗରିବ ପିଲାର ଜୀବନ ଆଜି ଦୁର୍ବିସହ ସେଥିପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅବଶ୍ୟ  ଏଥିରେ ବିଧାୟକଙ୍କ ଦୋଷ କିଛି ନାହିଁ | ତାଙ୍କ ନଜରକୁ ଏସବୁ ଆସିଥାଇ ନପାରେ | ହେଲେ କଥା ହେଲା ... ବିଧାୟକ ବାଣରୋଷଣିରେ ଗସ୍ତ କାର୍ଯ୍ୟକ୍ରମ ସାରିଦେଇ ସିନା  ତାଙ୍କ ବାଟରେ ଚାଲିଗଲେ ମାତ୍ର ନିରୀହ ବାଳକଟି ଆଜି ଯନ୍ତ୍ରଣାରେ ଛଟପଟ ହେଉଛି । ତା'ର ଦୁଃଖ ଶୁଣିବ କିଏ? ପ୍ରଶାସନ ପକ୍ଷରୁ କିଛି ସହାୟତା ମିଳିଲେ ଗରିବ ପିଲାଟିର ଚିକିତ୍ସା ହୋଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟପକ୍ଷରେ ବିଧାୟକ ମହୋଦୟ ଯଦି ଏଥି ପ୍ରତି ନଜର ଦିଅନ୍ତେ ବିଚାର ନିରୀହ ଛୁଆଟି ସୁସ୍ଥ ହୋଇ ଯାଆନ୍ତା |

 

 

 

 

0
0
0
s2sdefault