ବିଭାଗୀୟ ଅଧିକାରୀମାନଙ୍କୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକ
ଭୁବନେଶ୍ୱର(ଶାସକ ପ୍ରଶାସକ) :ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ନିମନ୍ତେ ପରୀକ୍ଷାରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଓସେପା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିା ଆଗାମୀ ଦିନରେ ଅଧିକ ସଂଖ୍ୟକ ଭିନ୍ନକ୍ଷମ ପରୀକ୍ଷାର୍ଥୀ କିଭଳି ଏହି ସୁବିଧାସୁଯୋଗ ପାଇପାରିବେ, ସେଥି ପାଇଁ ବିହିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛିା
ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପଲବ୍ଧ ସୁବିଧାଗୁଡିକ ଯଥା: ସହାୟକ ଲେଖାଳି, ଏକ ଘଣ୍ଟାର ପରୀକ୍ଷା ସମୟ ଅବଧି ପାଇଁ ଅତିରିକ୍ତ ୨୦ ମିନିଟ, ଯଥା ସମ୍ଭବ ତଳ ମହଲାରେ ପରୀକ୍ଷା ସ୍ଥାନର ବ୍ୟବସ୍ଥା, ଶ୍ରବଣ ବାଧିତଙ୍କ ନିମନ୍ତେ ଦ୍ୱିତୀୟ ଭାଷା SEP ଓ ତୃତୀୟ ଭାଷା ଭାବେ Visual Art ଚୟନ କରିବାର ବିକଳ୍ପ ବ୍ୟବସ୍ଥା, ତଥା ଶତକଡା ୫୦ ଭାଗ ପର୍ଯ୍ୟନ୍ତ ଶ୍ରେଣୀ ଉପସ୍ଥାନରେ କୋହଳ | ଦ୍ୱାଦଶ ଶ୍ରେଣୀର ସମସ୍ତ ବର୍ଗର ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପରୋକ୍ତ ସୁବିଧା ସହ ପରୀକ୍ଷା ଫିସରେ କୋହଳ ଏବଂ ଶ୍ରବଣ ବାଧିତ ପରୀକ୍ଷାର୍ଥୀଙ୍କ ନିମନ୍ତେ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର ବ୍ୟବସ୍ଥା କରାଯାଇଛିା ଦଶମ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ www.bseodisha.ac.in ଏବଂ ଦ୍ୱାଦଶ ପରୀକ୍ଷାର୍ଥୀମାନେ www.chseodisha.nic.inରେ ଲଗ୍ଇନ୍ କରି ଅଧିକ ବିବରଣୀ ହାସଲ କରିପାରିବୋ ଏହି ପରିପ୍ରେକ୍ଷୀରେ ଓସେପା ଦ୍ୱାରା ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଙ୍କ ତରଫରୁ ପ୍ରଦତ୍ତ ରିହାତି/ସୁବିଧା ସମ୍ପର୍କିତ ଏକ ସୂଚନା ପୁସ୍ତିକାକୁ ପ୍ରମୁଖ ଶାସନ ସଚିବ ଉନ୍ମୋଚନ କରିଥିଲୋ
ଆଜିର ବୈଠକରେ ଅନୁପମ ସାହା, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ସଭାପତି ଏବଂ ସମ୍ପାଦକ, ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ତଥା ଉପାଧ୍ୟକ୍ଷ ଏବଂ ଉପ ପରୀକ୍ଷା ନିୟନ୍ତ୍ରକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପ୍ରମୁଖ ଯୋଗ ଦେଇଥିଲୋ