ହେଡଲାଇନସ୍:

ଖପ୍ରାଖୋଲ ପୋଲିସ କବ୍ଜାରେ କଫ୍‌ ସିରପ ମାଫିଆ ସୁକୁମାର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରପ କାରବାର ହେଉଥିବା ଜାଣି ପୋଲିସ ଆକ୍ସନ ମୁଡ଼କୁ ଆସି  ଗୋଟିଏ ପରେ ଗୋଟିଏ ଅଭିଯୁକ୍ତକୁ ଖୋଜି ଗିରଫ କରୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୋଲିସର ସଫଳ ଗୋଟି ଚାଳନା ହେତୁ ଗତ ଆଠ ମାସ ଭିତରେ ସ୍ଥାନୀୟ ଅଞ୍ଚଳର ଅଧାରୁ ଅଧିକ କଫ୍‌ ସିରପ ମାଫିଆମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଗତ କିଛିଦିନ ଧରି ଏହି ବେଆଇନ କଫ୍‌ ସିରପ କାରବାର କମିଥିଲେ ମଧ୍ୟ ପୁଣି ଏହି କାରବାର ଆରମ୍ଭ ହୋଇଥିବାର ପୁଲିସକୁ ଖବର ମିଳିଥିଲା । ଏଥିପାଇଁ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ଦିନ ରାତି ଏକ କରିଦେଇଥିଲା । ପୋଲିସର ଟାର୍ଗେଟରେ ଅଭିଯୁକ୍ତ ରହିଥିବା ବେଳେ ଶେଷରେ ପୋଲିସ ପଞ୍ଝାରେ ପଡ଼ିଥିବା ଜାଣିବାକୁ ମିଳିଛି । ମିଳିଥିବା ଖବର ଅନୁସାରେ ବୁଧବାର ସନ୍ଧ୍ୟାରେ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରି ଧଣ୍ଡାମୁଣ୍ଡା ଗ୍ରାମର ସୁକୁମାର ଭୋଇକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ସୁକୁମାର ବହୁ ଦିନରୁ ଏହି କଫ୍‌ ସିରଫ୍‌ କାରବାରରେ ଜଡିତ ଥିବାର ପୋଲିସକୁ ଖବର ଥିଲା !ସେ ଏକ ପେସନ ପ୍ରୋ ବାଇକ ନଂ ଓଆର୍‌୦୩ଜି -୫୨୦୭ ଯୋଗେ ଜୁରିଆ ପଟରୁ ଆସୁଥିବା ବେଳେ ବାଞ୍ଜିପାଲିରୁ ସାନଉଡେନ ରାସ୍ତାର ମଧ୍ୟବର୍ତ୍ତୀ ସ୍ଥାନରେ ପୋଲିସ ତାକୁ କାବୁ କରିନେଇଥିଲା । ଅଭିଯୁକ୍ତଠାରୁ ୧୫୫ ବୋତଲ କଫ୍‌ ସିରପ, ୩୦ଟି ନିଶା ବଟିକା, ଗୋଟିଏ ମୋବାଇଲ ଫୋନ ଏବଂ ପନ୍ଦରଶହ ଟଙ୍କା ପୋଲିସ ଜବତ କରିବା ସହିତ ଆସାମୀକୁ ଗିରଫ କରିଛି । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ! ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଛି ଯେ ରମାକାନ୍ତ ସାହୁ ଖପ୍ରାଖୋଲ ଥାନାଧିକାରୀ କାରୀ ଜଣେ ପ୍ରକୃତ ନିଷ୍ଠାବାନ ସଚୋଟ କର୍ମଚାରୀ ବୋଲି ଚର୍ଚ୍ଚା ହେଉଛି!!

0
0
0
s2sdefault