ହେଡଲାଇନସ୍:

ସୁନ୍ଦରଗଡ ଜିଲ୍ଳାରେ ୨ ,୦୦୮ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୯୯୯ ୱାର୍ଡ ମେମ୍ବର , ୪ ସରପଞ୍ଚ , ୫ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚିତ ।

ରାଉରକେଲା,(ବସନ୍ତ କୁମାର ଜେନା):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗମ ହେଲାଣି ପ୍ରଚାର। ନାମାଙ୍କନ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରି ଦେଇଛନ୍ତି।
ଚଳିତ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୩,୯୩୭ ୱାର୍ଡସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦଙ୍କୁ ୧୦ ଲକ୍ଷ ୮୪ ହଜାର ୬୫୨ ଭୋଟର ବାଛିବେ। ଏମାନଙ୍କ ମଧ୍ୟରେ ଅଛନ୍ତି ୩୫ ଜିଲ୍ଲା ପରିଷଦ, ୨୭୯ ସରପଞ୍ଚ, ସମିତି ସଭ୍ୟ ଓ ୩,୬୨୩ ୱାର୍ଡ ସଭ୍ୟ। ନାମାଙ୍କନ ପ୍ରତ୍ୟାହାର ଓ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଜିଲ୍ଲାରେ ମୋଟ ୨୦୦୮ ୱାର୍ଡସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ୩,୬୨୩ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୧୯୯୯ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ୨୭୯ ସରପଞ୍ଚ ମଧ୍ୟରୁ ୪ ଓ ୫ ସମିତି ସଭ୍ୟ ମଧ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଲେଫ୍ରିପଡା, ବଡଗାଁ, ଲହୁଣିପଡା ଓ କୋଇଡାରେ ଜଣେ ଲେଖାଏଁ ସରପଞ୍ଚ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ସେମିତି ଲେଫ୍ରିପଡା ବ୍ଲକରେ ଜଣେ ସମିତି ସଭ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲାବେଳେ ବଡଗାଁରେ ଜଣେ, ଲହୁଣିପଡାରେ ୨ ଜଣ ଓ ନୂଆଗାଁ ବ୍ଲକରେ ଜଣେ ସରପଞ୍ଚ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ପେବୃଆରୀ ୧୬ରେ ଜିଲ୍ଲାର ବଡଗାଁ, କୁଆରମୁଣ୍ଡା, ଲାଠିକଟା, ବଣାଇଁଗଡ ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୧୮ରେ ସବ୍‌ଡେଗା, କୁତ୍ରା, ନୂଆଗାଁ ଓ ବିଶ୍ରା ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ। ୨୦ରେ ବାଲିଶଙ୍କରା, ରାଜଗାଙ୍ଗପୁର, କୋଇଡା ବ୍ଲକ , ୨୨ରେ ଲେଫ୍ରିପଡା, ହେମଗିରି, ଲହୁଣିପଡା ନିର୍ବାଚନ ହେବ। ୨୪ରେ ସୁନ୍ଦରଗଡ଼ ସଦର, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।

0
0
0
s2sdefault