ଓଡିଶା ଅଭିଭାବକ ମହାସଂଘ ଜଗତସିଂହପୁର ଶାଖାର ସାମ୍ବାଦିକ ସମ୍ମିଳନୀ
ଜଗତସିଂହପୁର/ ସୁମନ୍ତ କୁମାର ଦାସ : ଜଗତସିଂହପୁର କଲେଜଛକସ୍ଥିତ ବିଦ୍ୟାବାଣୀ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର ବିକାଶ ବିନା ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ନିରର୍ଥକ ଏହି କ୍ରମରେ ଓଡିଶା ଅଭିଭାବକ ମହାସଂଘ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବlକୁ ସମସ୍ତ ରାଜନୈତିକ ଦଳ ତଥା ପଂଚାୟତ ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କୁ ନିବେଦନ କରିଛି l ଯେଉଁ ପ୍ରାର୍ଥୀମାନେ ଏହାକୁ ପାଳନ କରିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମସ୍ତ ଅଭିଭାବକ ଭୋଟ ଦେବେ ବୋଲି ମହାସଂଘ ଜନସାଧାରଣଙ୍କ ନିକଟରେ ଅପିଲ କରିଛି l ଆଜିଠାରୁ ଓଡିଶା ଅଭିଭାବକ ମହାସଂଘ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କୁ ଚିଠି ଦେଇ ତଥା ସାକ୍ଷାତ କରି ଉପରୋକ୍ତ ଶପଥ ପତ୍ର ପ୍ରଦାନ ପାଇଂ ନିବେଦନ କରିବ ବୋଲି ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l
1992 ମସିହାରେ 73 ତମ ସମ୍ବିଧାନ ସଂଶୋଧନ ଅନୁସାରେ 11 ଧାରା ଅନୁସାରେ 29 ଟି ବିଭାଗ ପଂଚାୟତକୁ ହସ୍ତାନ୍ତର କରାଯାଇଛି l ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମାନେ ସେମାନଙ୍କ ଦାଇତ୍ୱ ନେବାପାଇଁ ଚାହୁଁଥିଲେ ମଧ୍ୟ୍ୟ ସରକାରୀ ଅବହେଳା ପାଇଁ ଏହା ଲାଗୁ ହୋଇ ପାରି ନାହିଁ l ଜଗତସିଂହପୁର ଜିଲ୍ଲାରେ 180 ରୁ ଉର୍ଦ୍ଧ ଓ ଓଡ଼ିଶାରେ ପ୍ରାୟ 8750 ସ୍କୁଲ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ହୋଇଛି, ଅଭିଭାବକ ମାନେ ଦାବି କରୁଛନ୍ତି ଯେଉଁ ସ୍କୁଲରେ ପିଲା ଅଛନ୍ତି ତାହାକୁ ସରକାର ସଚଳ କରନ୍ତୁ l ତା ସହ ଶିକ୍ଷା ଅଧିକାର ଆଇନ ଅନୁଯାଇ 25% ଗରିବ ଛାତ୍ରଛାତ୍ରୀ ବେସରକାରୀ ସ୍କୁଲରେ ମାଗଣା ନାମ ଲେଖା, ପାଠପଢା ଛାଡୁଥିବା ପିଲା ମାନଙ୍କୁ ପୁଣି ପଢେଇବା, ଅଭିଭାବକ ଓ ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ବର୍ଷକୁ ଦୁଇ ଥର ଓ ବହି ଓଜନ କମେଇବା ପାଇଁ NCERT ବହି ପ୍ରଚଳନ କରିବା ଆଦି 5 ଗୋଟି ବିଷୟରେ ପବ୍ଲିକ ସପଥନାମା ଦେବାପାଇଁ ସବୁ ଦଳର ନେତାଙ୍କୁ ଆହ୍ୱାନ ଦେଇଛନ୍ତି l ଏହି କ୍ରମରେ ରାଜ୍ୟରେ ସମସ୍ତ ଜିଲ୍ଲା, ବ୍ଲକ ସ୍ତରରେ ମଧ୍ୟ ମହାସଂଘର ପ୍ରତିନିଧି ମlନେ ରାଜନୈତିକ ଦଳର ଜିଲ୍ଲା ସଭାପତି, ବ୍ଲକ, ସଭାପତି ମାନଙ୍କୁ ଭେଟି ଅପିଲ କରିବେ ବୋଲି ମଧ୍ୟ ମହାସଂଘ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଆଜିର ସାମ୍ବାଦିକ ସମ୍ମିଳନୀ ରେ ଓଡିଶା ଅଭିଭାବକ ମହାସଂଘ ର ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ,ଧୃତିଧର ଦାସ, ସାଧାରଣ ସମ୍ପାଦକ ଅଶୋକ କୁମାର ପାଇକରାୟ, ସଂଗଠନ ସମ୍ପାଦକ ପୂର୍ଣ ଚନ୍ଦ୍ର ମହାପାତ୍ର, ରାଜ୍ୟ କାର୍ଯ୍ୟ ନିର୍ବାହୀ ସଦସ୍ୟ ନରସିଂହ ମିଶ୍ର, ଆଶ୍ୱସ୍ତି ଫାଉଣ୍ଡେସନ୍ ମୁଖ୍ୟ ବିଜୟଲକ୍ଷ୍ମୀ ମହାପାତ୍ର,ଜିଲ୍ଲା ଆବାହକ ସୁରେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l