ହେଡଲାଇନସ୍:

ଏସଭିଏମ କଲେଜର ଜମି ବିବାଦ: ତେଜୁଛି ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ :ଆଜି ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦର ଛାତ୍ରନେତାମାନେ କଲେଜର ଜମିକୁ ଜିଲ୍ଲା ପ୍ରଶାସନର ଦଖଲକୁ ବିରୋଧ କରି ଧାରଣାରେ ବସିଥିବା ଦେଖାଯାଇଥିଲା । ସୂଚନା ଥାଉ କି କଲେଜ ପାର୍ଶ୍ୱରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଓ ସ୍ଥାନୀୟ ସଦର ଚିକିତ୍ସାଳୟର ଡାକ୍ତରମାନଙ୍କ ବାସଗୃହ ନିର୍ମାଣ ନିମନ୍ତେ କିଛିଦିନ ତଳେ କଲେଜ ଜମିକୁ ଦଖଲ ନେବାକୁ ତହସିଲ କାର୍ଯ୍ୟଳୟ ତରଫରୁ ଜମି ମାପଚୁପ ଚାଲିଥିଲା | କିନ୍ତୁ ଏହାକୁ ସ୍ଥାନୀୟ ଅଞ୍ଚଳରେ ବହୁ ପୁରାତନ ଛାତ୍ରମାନେ ବିରୋଧ କରିବାରୁ ଏହାକୁ ବନ୍ଦ ରଖାଯାଇଛି ଓ କଲେଜ ପାର୍ଶ୍ୱରେ ଷ୍ଟାଡିୟମ ନିର୍ମାଣ ହେଉଥିବାରୁ ଏହାର ରାସ୍ତା ନିର୍ମାଣ ନିମନ୍ତେ ଜମି ମାପ ହେଉଥିଲା ବୋଲି ଜଗତସିଂହପୁର ତହସିଲଦାର ବକ୍ତବ୍ୟ ଦେଇଥିଲେ | ଏହି ରାସ୍ତା ନିର୍ମାଣ ନିମନ୍ତେ କଲେଜର କିଛି ଜମି ଅଧିଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଏହି ଜମି ଅଧିଗ୍ରହଣକୁ ବିରୋଧ କରି ଆଜିର ଆନ୍ଦୋଳନରେ କଲେଜର ବହୁ ପୁରାତନ ଛାତ୍ରନେତା ଓ ଛାତ୍ରମାନେ କଲେଜ ପରିସରରେ ଧାରଣାରେ ବସିଥିଲେ ଓ ଏକ ପଟୁଆରରେ ଜିଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇ ଜିଲାପାଳଙ୍କୁ ଏହି ଜମି ଅଧିଗ୍ରହଣ ବନ୍ଦ କରିବାକୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କମ୍ରେଡ଼ ବାସୁଦେବ , ପୂର୍ବତନ କଲେଜର ଅଧ୍ୟକ୍ଷ ଲିଙ୍ଗରାଜ ବେହେରା , ବିଜେପି ନେତା ପ୍ରତାପ ମିଶ୍ର , ପୂର୍ବତନ ଜଗତସିଂହପୁର ପୋୖରାଧ୍ୟକ୍ଷ ବିପ୍ଳବ ଚୌଧୁରୀ , ଆଇନଜୀବୀ ଦେବୀ ଚୌଧୁରୀ ,ପୂର୍ବତନ ଛାତ୍ରନେତା ଶାରଦା ପ୍ରସାଦ ନନ୍ଦ , ଅରୁପାନନ୍ଦ ଖଣ୍ଡୁଆଳ, ସିର୍ଧାର୍ଥ ତ୍ରିପାଠୀ , ମିଲନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault