ପୁରୀ/ ଅନିମେଶ ପଟ୍ଟନାୟକ : ଫେବୃଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର । ଏନେଇ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂର୍ବ ପରି ପଶ୍ଚିମ ଦ୍ୱାର ଦେଇ ପୁରୀବାସୀ କରି ପାରିବେ ଦର୍ଶନ । ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା ଦେଇଛନ୍ତି ସୂଚନା ।
ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏଥିରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ନିଯୋଗର କର୍ମକର୍ତ୍ତା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଭର୍ଚୁଆଲ ମୋଡରେ ସାଢେ ୪ଟାରେ ବୈଠକ ହୋଇଥିଲା । କୋଭିଡ୍ ସଂକ୍ରମଣ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ପହିଲାରୁ ଭକ୍ତ ମାନେ କରିବେ ମହାପ୍ରଭୁଙ୍କ ଦର୍ଶନ। ପୂର୍ବ ପରି ସାଧାରଣ ଦର୍ଶନ ପାଇଁ ନିଷ୍ପତ୍ତି ପରେ ଭକ୍ତ ମହଲରେ ଖୁସି ଦେଖିବାକୁ ମିଳିଛି । ଗତ ଜାନୁଆରୀ ୧୦ ତାରିଖରୁ ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ । କୋଭିଡର ସଂକ୍ରମଣକୁ ନଜରରେ ରଖି ନିଆଯାଇଥିଲା ନିଷ୍ପତ୍ତି । ତେବେ ପୂର୍ବ ପରି କୋଭିଡ ଗାଇଡଲାଇନ ମାନି ଦସ୍ତାବିଜ ଦେଖାଇ ଦର୍ଶନକୁ ଯିବାକୁ ପଡିବ । ଏନେଇ ବିସ୍ତୃତ ଗାଇଡଲାଇନ ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ରାଜ୍ୟ
ଫେବୃଆରୀ ପହିଲାରୁ ଶ୍ରୀମନ୍ଦିର ସାଧାରଣ ଦର୍ଶନ
- Hits: 428