ହେଡଲାଇନସ୍:

ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରାଞ୍ଚଳର ୧ ନମ୍ବର ୱାର୍ଡ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ଓ ଚାଇଲ୍ଡଲାଇନ୍ ର ମିଳିତ ଆନୁକୂଲ୍ୟରେ
ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି।
ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୁରକ୍ଷା ଅଧିକାରୀ କେ.ସୁନିତା , ଏକ୍ସନ ଏଡ୍ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର , ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ଅଳକା ସାହୁ , ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ମୀନା କୁମାରୀ ଟହଲ , ସୁନିତା ବେହେରା , ସୁପ୍ରଭା ସାହୁ , ଦିବ୍ୟ ସୁଆର ଓ ଚାଇଲ୍ଡଲାଇନ୍ ର ଟି.ସୁରେଶ କୁମାର , ରବିନ୍ଦ୍ର ପଣ୍ଡା , ସୌଜନ୍ୟା , ଲକ୍ଷ୍ମୀ ଗୌଡ , ଭେଙ୍କେଟେଶ୍ବର ସେନାପତି , ପ୍ରମୁଖ ଯୋଗଦେଇ ଥିଲେ।
ଅତିଥି ମାନେ ଲିଙ୍ଗ ଭିତ୍ତିକ ହିଂସା , ବାଲ୍ୟବିବାହ ନିଷେଧ ଆଇନ , ଶିଶୁ ଓ ମହିଳା ଚାଲାଣ , ୧୦୯୮ , ୧୮୧ ହେଲ୍ପଳାଇନ ,ଅଦ୍ଵିକା ଯୋଜନା , କନ୍ୟା ସନ୍ତାନ ଅଧିକାର , ସମ୍ପତିଗତ ଅଧିକାର ଇତ୍ୟାଦି ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ।

0
0
0
s2sdefault