ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ୨୩ ତମ ପୁସ୍ତକ ମେଳା-୨୦୨୨ର ସାରସ୍ୱତ ସମାରୋହ ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱରୀ କହିଥିଲେ ଯେ "ଆଜି ଜଗତସିଂହପୁର ଜିଲ୍ଲା ପାଇଁ ଏକ ଶୁଭ ଦିନ । କୋଭିଡ କଟକଣା ଯୋଗୁ ଆଜି ଜଗତସିଂହପୁର ପୁସ୍ତକମେଳା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହେଉଅଛି । ଜଗତସିଂହପୁର ସାଂସ୍କୃତିକ ପରିଷଦର ସମସ୍ତ କାର୍ଯ୍ୟକର୍ତା ଆଜି ଆଭାସୀ ମାଧ୍ୟମରେ ସୁନ୍ଦର ସମାରୋହର ଆୟୋଜନ କରିଛନ୍ତି । ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ମୁଁ ଆଶା କରୁଛି ସମସ୍ତେ ଏହି ଉତ୍ସବରୁ ଉପକୃତ ହୁଅନ୍ତୁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଯାହା ସାହାଯ୍ୟ ସହଯୋଗ ଦରକାର ତାହା ଯୋଗାଇ ଦିଆଯିବ" ।
ଏହି ଉତ୍ସବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ବାଳ କହିଲେ ଆଜି ଜଗତସିଂହପୁର ପୁସ୍ତକ ମେଳା ୨୩ ବର୍ଷରେ ପଦାର୍ପଣ କରିଛି l ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ କହିଥିଲେ, ଗୋଟିଏ ବହି ୧୦୦ ମିତ୍ରଙ୍କ ସହ ସମାନ । ପୁସ୍ତକ ଯେତେ ପଢିବା ସେତେ ଅଧିକ ଜ୍ଞାନଆହରଣ କରିବା । ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ବିପ୍ଲବ ଚୌଧୁରୀ ଉତ୍ସବରେ ଅଧ୍ୟକ୍ଷତା କରି ସମସ୍ତଙ୍କ ସହଯୋଗରେ ୨୩ ତମ ପୁସ୍ତକ ମେଳା ଭାରଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସାଂସ୍କୃତିକ ପରିଷଦର ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ଜିଲ୍ଲା ପ୍ରଶାସନର କର୍ମକର୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସେ ଦିନ ସାଧକ ଯେଉଁମାନଙ୍କ ପ୍ରଚେଷ୍ଟା ବଳରେ ଜଗତସିଂହପୁର ସାଂସ୍କୃତିକ ପରିଷଦ ଆଜି ୨୩ ବର୍ଷରେ ପରିଣତ ହୋଇଛି, ସେମାନଙ୍କ ମଧ୍ୟରେ ହେମନ୍ତ ରଥ,ପ୍ରଦୀପ୍ତ ଚୌଧୁରୀ, କୁଳମଣୀ ଦାସ, ବିନାୟକ ପଟ୍ଟନାୟକ, ମହେନ୍ଦ୍ର ଆଚାର୍ଯ୍ୟ, ମହେନ୍ଦ୍ର ଚାନ୍ଦ,ଭଗବାନ ଦାଶ,ଡ. ଅଜୟ ମିଶ୍ର,ଜ୍ୟୋତିର୍ମୟୀ ମହାନ୍ତି,ଅରୁଣ ଆଚାର୍ଯ୍ୟ, ସୁଧୀର ମହାନ୍ତି ,ଡ. ଭୋଳାନାଥ ରାଉତ, ପୂର୍ବତନ ଜିଲ୍ଲାପାନ ସର୍ବେଶ୍ୱର ମହାନ୍ତି ହେଉଛନ୍ତି ଅନ୍ୟତମ। ୨୩ତମ ପୁସ୍ତକ ମେଳା ଅବସରରେ ମୁଖପତ୍ର “ସ୍ମୃତିପତ୍ର”କୁ ଜିଲ୍ଲାପାଳ ଓ ସମସ୍ତ ଅତିଥି ଉନ୍ମୋଚନ କରିଥିଲେ ।
ଏହି ଅବସରରେ ନାଟ୍ୟକାର କୈଳାସ ମଲ୍ଲିକ ରଚିତ "ହଂସରଡି” ଜିଲ୍ଲାପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ସ୍ମୃତିପତ୍ରର ମୁଖ୍ୟ ସଂପାଦକ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ କହିଲେ ଠିକ୍ ମହାବାତ୍ୟା ପରେ ପରେ ଏକ ସାଂସ୍କୃତିକ ଜାଗରଣ ଆରମ୍ଭ ହୋଇଥିଲା । ୨୦୦୦ ମସିହା ଠାରୁ ପ୍ରଥମ ସ୍ମୃତିପତ୍ର ଉନ୍ମୋଚନ ହୋଇଥିଲା । ସ୍ମୃତିପତ୍ରର ଆଜି ୧୦ମ ସଂସ୍କରଣ ପ୍ରକାଶ ପାଇଛି । ଏଥିରେ ୩୬ଟି ପ୍ରବନ୍ଧ ରହିଛି । ଜଗତସିଂହପୁର ପୁସ୍ତକ ମେଳା-୨୦୨୨ ଆନ୍ଦୋଳନରେ ସହଯୋଗ କରିଥିବା ଏନ.ଆଇ.ସି,ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ଜ୍ୟୋତି ପ୍ରକାଶ ବେହେରା , ଓ ଏସ୍.ଡି.ଡଃ ଶଶାଙ୍କ ଶେଖର ଲେଙ୍କା, ସାହୁ କେବୁଲ ପ୍ରୋପ୍ରାଇଟର ଶ୍ରୀ ଭାରତ ଚନ୍ଦ୍ର ସାହୁ,ଅତନୁ କୁମାର ସ୍ୱାଇଁ,ଷ୍ଟୁଡିଓ ମର୍ଣ୍ଣି ଷ୍ଟାର , ସ୍ଥିରଚିତ୍ର ଉତ୍ତୋଳନ ଜିତେନ୍ଦ୍ର ପ୍ରଧାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ସ୍ମୃତି ଫଳକ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ବିପ୍ଲବ ଚୌଧୁରୀ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନୀତ କରିଥିଲେ । ସାଂସ୍କୃତିକ ପରିଷଦର ସଂପାଦକ ଶ୍ରୀ ଶାରଦା ପ୍ରସାଦ ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ ପ୍ରାରମ୍ଭରେ ଯୁଗ୍ମ ସଂପାଦକ ଶ୍ରୀ ସୁଧୀର କୁମାର ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ଶ୍ରୀ ବିଜୟ କୁମାର ରାଉତ, ଶ୍ରୀ ଗଣେଶ୍ୱର ମାଣିଆ,କୋଷାଧକ୍ଷ ପ୍ରଶାନ୍ତ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଓ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ୨୩ ତମ ପୁସ୍ତକ ମେଳା ସାରସ୍ବତ ସମାରୋହକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ, ହେମନ୍ତ କୁମାର ରଥ,ଡଃ ନିରଞ୍ଜନ ବିଶ୍ୱାଳ,ଡଃ ଜ୍ୟୋତିର୍ମୟୀ ମହାନ୍ତି,ଭଗବାନ ଦାଶ,ମହେନ୍ଦ୍ର ଚାନ୍ଦ,ନିକୁଞ୍ଜ କିଶୋର ବେହେରା, ପ୍ରଦୀପ୍ତ ଚୌଧୁରୀ,ମାନସ କାନୁନ୍ଗୋ,ପ୍ରଦୀପ୍ତ ସାହୁ,ପ୍ରଦୀପ୍ତ ମିଶ୍ର, ସୁଷମା ପ୍ରଧାନ,ସତ୍ୟବ୍ରତ ବିଶ୍ୱାଳ, କୃଷ୍ଣଚନ୍ଦ୍ର ପ୍ରଧାନ, ସୌଭାଗ୍ୟ ବିଶ୍ୱାଳ,ପୂର୍ଣଚନ୍ଦ୍ର ମଲ୍ଲ , ଜ୍ୟୋତି ରଂଜନ ଜେନା,କୈଳାସ ମଲ୍ଲିକ, ଅତନୁ ସ୍ୱାଇଁ, ଲୋକନାଥ ଦାସ, ମାଷ୍ଟର ନିଲୁ (ପରିକ୍ଷୀତ ପାଢୀ),ଧୀରେନ୍ଦ୍ର ଆଚାର୍ଯ୍ୟ, ପ୍ରଜ୍ଞା ପାରମିତା ଚୌଧୁରୀ, ରମାକାନ୍ତ ସାହୁ,ପ୍ରଭାତ ଦାଶ, ଅବନୀକାନ୍ତ ମହାରଣା, ଆଇଜାକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମ ସଂପାଦକ ଶ୍ରୀ ନରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।