ନୂଆଗାଁ/ନୂଆଗାଁ/ ସୁବ୍ରତ ପରିଡା : ରାଜ୍ୟ ହେଉ କି କେନ୍ଦ୍ର ସରକାର, ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ତା ସହିତ ସରକାରଙ୍କ ଯେତେ ବିଭାଗ ଅଛି ସବୁଠାରୁ ପୂର୍ତ୍ତ ବିଭାଗ କାର୍ଯ୍ୟ ଧାରା ସହ ରାସ୍ତା ସବୁବେଳେ ଉନ୍ନତ ମାନର ଥିବା ବେଳେ ଏମିତି ଏକ ରାସ୍ତା ବିଭାଗ ପାଖରେ ଅଛି ଯେମିତିକା ରାସ୍ତା ଓଡ଼ିଶାର କ୍ୟୈଣସି ଯାଗାରେ ଦେଖିବାକୁ ମିଳିବନି | ଏପରିକି ଆଦିବାସୀ ଅଂଚଳ ବୁଲିଲେ ମଧ୍ୟ ଏହି ଭଳି ବିକଳ ଚିତ୍ର ଦେଖିବାକୁ ମିଳିବ ନାହିଁ ।
କିନ୍ତୁ ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଏହି ରାସ୍ତା ନୟାଗଡ଼ ଜିଲ୍ଲା ଠାରୁ ଗଂଜାମ ଜିଲ୍ଲାକୁ ସଂଯୋଗ କରିଛି । ତଥାପି ପୂର୍ତ ବିଭାଗ ର ଅଣଦେଖା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତିକା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଓଡ଼ଗାଁ ପୂର୍ତ୍ତ ବିଭାଗ ଅଧିନରେ ଥିବା ବାହାଡ଼ା ଝୋଲା ଠାରୁ ଗଂଜାମ ଜିଲ୍ଲା କୁ ସଂଯୋଗ କରୁଥିବା ବେରୁଆଁ ବାରୀ ପର୍ଯ୍ୟନ୍ତ ରାସ୍ତା । ଆଣ୍ଠୁଏ ଆଣ୍ଠୁଏ ଖାଲ ନିଜେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ବିଭାଗୀୟ ଜେଇ ରିପାରିଙ୍ଗ କରି ଦାୟିତ୍ଵ ସାରି ଦେଇଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏହି ରାସ୍ତା ର ସମସ୍ୟା ସମାଧାନ ନ ହୁଏ ତାହାହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଭିଯୋଗ ହୋଇଛି ।
ରାଜ୍ୟ
ପୂର୍ତ୍ତ ବିଭାଗ ରାସ୍ତାର ଦୟନୀୟ ଚିତ୍ର : ଜନସାଧାରଣରେ ଅସନ୍ତୋଷ
- Hits: 334