ହେଡଲାଇନସ୍:

ବାହାରିଲା ପୌରସଂସ୍ଥା ସଂରକ୍ଷଣ ତାଲିକା : ଦେଖନ୍ତୁ କୋଉଠି କଣ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦୭ ଟି ଏନଏସି ଏବଂ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପଦବୀର ଚିଠା ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇଛି । ମୋଟ ୧୦୭ ଟି ପୌରସଂସ୍ଥା ମଧ୍ୟରୁ ୫୪ ଟିରେ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି | ସେଠି ମଧ୍ୟରୁ ୪୦ ଟିରେ ଅଧ୍ୟକ୍ଷ ପଦ ସାଧାରଣ ବର୍ଗ ମହିଳା, ୯ ଆସନରେ ଅନୁସୂଚିତ ଜାତି ଏବଂ ୫ ଆସନ ଅନୁସୂଚିତ ଜନଜାତି ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୪୨ ଆସନ ଅଣସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତିଙ୍କ ପାଇଁ ୮ ଟି ଆସନ ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୩ ଟି ଆସନ ସଂରକ୍ଷିତ ରହିଛି । ଏହା ଉପରେ କାହାର ଆପତ୍ତି, ଅଭିଯୋଗ କିମ୍ବା ପରାମର୍ଶ ଦେବାର ଥିଲେ ୧୫ ଦିନ ମଧ୍ୟରେ ଦେବାପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି |

 

 

 

 

0
0
0
s2sdefault