ହେଡଲାଇନସ୍:

ଟିପିସିଓଡିଏଲ୍ ପକ୍ଷରୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଓ ସମସ୍ତ କର୍ମଚାରୀମାନଙ୍କୁ କୋଭିଡ ଔଷଧ ଓ ପିପି କିଟ୍ ବଂଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଡ଼ଙ୍ଗୀ :- ମହାମାରୀ କରୋନାକୁ ଦୂରୀଭୂତ କରିବା ପାଇଁ ଯେଉଁମାନେ କରୋନା ଯୋଦ୍ଧା ଭାବେ ଅହରହ ଦିନରାତି ଆମ୍ଭମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କ ସୁରକ୍ଷା ଏକାନ୍ତ ଆବଶ୍ୟକ । ସେହି କରୋନା ଯୋଦ୍ଧା ଯିଏ ନିଜ ସଂସାରକୁ ଦୂରେଇ ଦେଇ ଲୋକମାନଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ଏକ ଅଭିନବ ପ୍ରୟାସରେ ଟିପିସିଓଡ଼ିଏଲ ପକ୍ଷରୁ କୋଭିଡ଼ ଔଷଧ ଓ ପିପି କିଟ୍ ବଂଟନ କରାଯାଇଛି । ଟାଟା ପାୱାର କମ୍ପାନୀର ସାଲେପୁର ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଓ ସମସ୍ତ କର୍ମଚାରୀମାନଙ୍କୁ ଟିପିସିଓଡିଏଲ୍ ପକ୍ଷରୁ କୋରୋନା ପାଇଁ ଔଷଧ ଓ ଚିକିତ୍ସା କରିବା ସମୟରେ ସୁରକ୍ଷା ପାଇଁ ୧୦୦ଟି ପିପି କିଟ୍ ପ୍ରଦାନ କରାଯାଇଛି । ନିଶ୍ଚିନ୍ତକୋଇଲି ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସାହୁ, ବାଣିଜ୍ୟ ହିସାବରକ୍ଷକ ସମ୍ବିତ ସ୍ୱରୂପ ସାହାଣୀ, ଶରତ ଚନ୍ଦ୍ର ସାହୁ, ବିଶ୍ୱଜିତ ରାଉତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ମୁଖ୍ୟ ଚିକିତ୍ସା ଅଧିକାରୀ ଅମିତ କୁମାର ଜେନାଙ୍କୁ ଏସବୁ ଜିନିଷ ପ୍ରଦାନ କରିଥିଲେ । କୋରୋନା ରୋଗୀଙ୍କୁ ଚିକିତ୍ସା ସମୟରେ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବାରୁ ସରକାର ସେମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିଥିବା ବେଳେ ଏହି ପିପି କିଟ୍ ସେମାନଙ୍କୁ ସୁରକ୍ଷା ଦେବା ସହିତ କୋରୋନା ପିଡୀତଙ୍କୁ ଔଷଧ କିଟ୍ ବଂଟନ ପାଇଁ ଶ୍ରୀ ମହାନ୍ତି ଚିକିତ୍ସା ଅଧିକାରୀ ଶ୍ରୀ ଜେନା ଙ୍କୁ ପରାମର୍ଶ ଦେଇଥିଲେ । ତେବେ ଟିପିସିଓଡ଼ିଏଲ ର ଏହିଭଳି ମହତ କାର୍ଯ୍ୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀମାନ ଙ୍କ ସମେତ ସାଧାରରଣରେ ଦୃଢ ପ୍ରଶଂସା କରାଯାଇଛି ।

0
0
0
s2sdefault