ହେଡଲାଇନସ୍:

ଝଙ୍କଡ଼ ସାହିତ୍ୟ ସଂସଦର ମକର ମିଳନ ଓ ପୁସ୍ତକ ଉନ୍ମୋଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ ଦାସ: ତିର୍ତ୍ତୋଲ ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପବିତ୍ର ମକର ମିଳନ, ପୁସ୍ତକ ଉନ୍ମୋଚନ ଓ କବିତା ଆସର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଆଷାଢ଼ ସାହିତ୍ୟ ସଂସଦ ସଭାପତି ପିତାମ୍ବର ମହାପାତ୍ର, ମୁଖ୍ୟ ବକ୍ତା ଅନୁଷ୍ଠାନର ଉପଦେଷ୍ଟା ତଥା ଶିକ୍ଷକ ନେତା ଅକ୍ଷୟ ଦାସ ସମୀକ୍ଷକ ପ୍ରାଧ୍ୟାପିକା ଡ଼. ବିଷ୍ଣୁପ୍ରିୟା ଦାସ ଓ ପ୍ରାଧ୍ୟାପକ ଡ଼ ଅଶୋକ କୁମାର ରାଉତ, କବି ଦିଗମ୍ବର ରାଉତ ଓ କବୟତ୍ରୀ ପଦ୍ମାବତୀ ମିଶ୍ର ପ୍ରମୁଖ ଯୋଗ ଦାନ କରି ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜଇ ସାହିତ୍ୟ ଉପରେ ଆଲୋକପାତ କରିଥିଲେ l ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପଲାଉ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଧାନ କରିବାପରେ କବି ଦିଗମ୍ବର ରାଉତଙ୍କ କବିତା ସଂକଳନ ଝରାଶେଫାଳି ଓ କବୟିତ୍ରୀ ପଦ୍ମାବତୀ ମିଶ୍ରଙ୍କ କବିତା ସଂକଳନ ଭକ୍ତି ଚନ୍ଦ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା l ଏହି ଆସରରେ ଡ଼ ବ୍ରିଷ୍ଣୁପ୍ରିୟା ଦାସ ‘ଭକ୍ତିଚନ୍ଦ୍ରିକା ’ ଓ ଡ଼ ଅଶୋକ କୁମାର ରାଉତଙ୍କ ‘ଝରାଶେଫାଳି’ କବିତା ସଂକଳନ ଦ୍ବୟକୁ ସମୀକ୍ଷା କରି ଉଚ୍ଚ ପ୍ରଶଂସା କରିଥିଲେ l ସୁଶ୍ରୀ ସମ୍ପାଦିକା ବସନ୍ତ ମଞ୍ଜରୀ ଦାସ ପ୍ରେରଣାର ସମ୍ପାଦକ ପଣ୍ଡିତ ନାଗୁଚରଣ ଦେବତା, ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ପ୍ରଧାନ, ଶାଶ୍ୱତ ସେତୁ ମୁଖ୍ୟ ସମ୍ପାଦକ ଦେବେନ୍ଦ୍ରନାଥ କର, କବି ଝୁଲାରାମ ଦାସ ଓ ସସ୍ମିତା ସାହିତ୍ୟ ସଂସଦ ସମ୍ପାଦକ ଅଶୋକ ଲେଙ୍କା ପ୍ରମୁଖ ପୁସ୍ତକ ଉପରେ ମତାମତ ରଖିଥିଲେ l କବୟତ୍ରୀ ସବିତା ନାୟକ ଓ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁଙ୍କ କବିତା ସଂଯୋଜନାରେ ମନୋରଞ୍ଜନ ସ୍ୱାଇଁ, ପରମାନନ୍ଦ ମିଶ୍ର, ବିଦୁଲତା ସ୍ୱାଇଁ,ପ୍ରଭାତ ପରିଜା, ନିତ୍ୟାନନ୍ଦ ନାୟକ ପ୍ରଶାନ୍ତ ଦାସ, ପ୍ରଭାତ ମିଶ୍ର, ପ୍ରତିଭା ବିଶ୍ୱାଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ l ବରିଷ୍ଠ ସଭ୍ୟ ହେମନ୍ତ କୁମାର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault