ହେଡଲାଇନସ୍:

ଛେଣ୍ଡ୍ ପ୍ରଥମ ଫେଜ୍ ଗଳି ରାସ୍ତାରେ ଚାଲିଛି ଡାକସେବା , ଅସୁବିଧାରେ ଗ୍ରାହକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ କୁମାର ଜେନା) : ରାଉରକେଲା ଛେଣ୍ଡ କଲୋନୀ ଠାରେ ଥିବା ପୋଷ୍ଟ ଅଫିସ ଏକ ଘରୋଇ ସ୍ଥାନରେ ରହିଛି । ଏହି ପୋଷ୍ଟ ଅଫିସର ଗ୍ରାହକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଅଣ ଓସାରିଆ ହୋଇଥିବାରୁ ୪/୫ଟି ମୋଟର ସାଇକେଲ ରଖିବା ପରେ ରାସ୍ତାରେ ଅନ୍ୟ ଗାଡି ଯିବା ଆସିବାରେ ସମସ୍ୟା ହେଉଛି । ଖାଲି ସେତିକି ନୁହେଁ ଏହି ପୋଷ୍ଟ ଅଫିସରେ ଧାଡିରେ ୨/୪ ଜଣ ଠିଆ ହେବା ମଧ୍ୟ କଷ୍ଟକର । କରୋନା ସମୟରେ ଲୋକେ ସାମାଜିକ ଦୂରତାକୁ ରକ୍ଷା କରିବାକୁ ଚାହିଁ ମଧ୍ୟ ବିଫଳ ହେଉଛନ୍ତି । ଫଳରେ ଛୋଟିଆ ଘରେ ଲୋକେ ଭିଡ଼ରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ୫୦ ହଜାରରୁ ଅଧିକ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଦୀର୍ଘ ଆଠ ବର୍ଷ ଭିତରେ ୩ ଥର ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସମସ୍ୟାକୁ ଦ୍ୱିଗୁଣିତ କରିବାରେ ଲାଗିଛି । ନିକଟରେ ଡାକ ବିଭାଗର ମୁଖ୍ୟ ରାଉରକେଲା ଗସ୍ତରେ ଆସିଥିଲେ । ଏନେଇ ତାଙ୍କୁ ଅବଗତ କରାଯାଇଛି । ତୁରନ୍ତ ମୁଖ୍ୟ ରାସ୍ତା କଡ ଓ ପାର୍କିଂର ବ୍ୟବସ୍ଥା ଥିବା ଯାଗାକୁ ଏହାକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।

0
0
0
s2sdefault