ହେଡଲାଇନସ୍:

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ପାରଳାଖେମୁଣ୍ଡି ଚଳଚଞ୍ଚଳ ଓ ଉତ୍ସବ ମୁଖର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ସମସ୍ତ ପୁରପଲ୍ଲୀରେ ପୋଙ୍ଗଲ ତଥା ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର ହୋଇପଡିଛି ।
ମୁଖ୍ୟତଃ ମକର ସଂକ୍ରାନ୍ତି ଅବସରରେ ଦକ୍ଷିଣ ଓଡିଶାର ତେଲୁଗୁ ସମ୍ପ୍ରଦାୟର ଲୋକମାନଙ୍କ ପୋଙ୍ଗଲ ପର୍ବ ଏକ ମୁଖ୍ୟ ଗଣପର୍ବ ଭାବେ ପରିଚିତ । ଏହି ପର୍ବ ସେମାନେ ତିନିଦିନ ଧରି ପାଳିଥାନ୍ତି । ଏଥିପାଇଁ ସେମାନଙ୍କ ଦୁରଦୁରାନ୍ତରରେ ରହୁଥିବା ନିଜ ଲୋକ ଓ ବନ୍ଧୁବାନ୍ଧବ ସମ୍ପର୍କୀୟ ମାନେ ଏହି ଦିନରେ ଛୁଟି କରି ଘରକୁ ଆସିଥାନ୍ତି। ଏହି ପଙ୍ଗଲ ପର୍ବ ତେଲୁଗୁ ଭାଷା ଭାଷୀଙ୍କ ଏକ ମୁଖ୍ୟ ପର୍ବ । ଏହି ପର୍ବକୁ ସେମାନେ ନବବର୍ଷ ଭଳିଆ ମାନି ଅତ୍ୟନ୍ତ ଧୁମଧାମରେ ଏହାକୁ ପାଳନ କରିଥାନ୍ତି । ତିନି ଦିନ ଧରି ପ୍ରଥମ ଦିନରେ ଭୋଗି ପାଳନ କରାଯାଇଥାଏ । ସଂକ୍ରାନ୍ତି ଦିନ ପୂର୍ବ ରାତ୍ରିରେ ବିଭିନ୍ନ ସାହି ବସ୍ତି ଛକ ମାନଙ୍କରେ ସମସ୍ତେ ଦଳ ଦଳ ହୋଇ କାଠ ଗଣ୍ଡି ରଖି ସେଥିରେ ନିଆଁ ଲଗାଇ ଭୋଗି ପାଳନ କରିଥାନ୍ତି ।
ପାହାନ୍ତିଆ ସକାଳ ସମୟରେ ଝିଅ ବୋହୁ, ଯୁବକ ବୟସ୍କ ଲୋକମାନେ ସେହି ନିଆଁ ପାଖରେ ବସି ଦେହର ଥଣ୍ଡାକୁ ଦୁର କରିବା ସହ ଗାଧୋଇବା ପାଇଁ ସେହି ନିଆଁରେ ହାଣ୍ଡି ତସଲା ଯୋଗେ ପାଣି ଗରମ କରିଥାନ୍ତି । ସେହି ନିଆଁରେ ଗରମ ପାଣି କରି ମୁଖ୍ୟତଃ ଗରମ କରି ଛୋଟ ପିଲାମାନଙ୍କୁ ଗାଧେଇଲେ ବିଭିନ୍ନ ରୋଗବ୍ୟାଧି ବନ୍ଦ ହେବା ସହ ଉପଶମ ମିଳିଥାଏ ବୋଲି ତେଲୁଗୁ ଲୋକଙ୍କ ମଧ୍ୟରେ ଅଗାଢ ବିଶ୍ୱାସ ରହିଛି । ପରେ ସକାଳୁ ଓ ପୂର୍ବାହ୍ନ ମଧ୍ୟରେ ସଂକ୍ରାନ୍ତି ଦିନରେ ପୋଙ୍ଗଲ ମକର ସଂକ୍ରାନ୍ତି ଅବସରରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପିଣ୍ଡଦାନ କରିବା ସହ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି କେବଳ ବୁଲାବୁଲି କରି ବାହାର ମନୋରଞ୍ଜନ କରିବାରେ ସମୟ ବିତାଇଥାନ୍ତି । ସଂକ୍ରାନ୍ତି ପରଦିନ ପ୍ରତ୍ୟେକ ତେଲୁଗୁ ଭାଷାଭାଷୀଲୋକଙ୍କ ଘରେ ଭିନ୍ନଭିନ୍ନ ପ୍ରକାର ପିଠାପଣା ପ୍ରସ୍ତୁତ କରାଯାଇଥାଏ । ପାରଳାଖେମୁଣ୍ଡି ସହର ପଡୋଶୀ ଆନ୍ଧ୍ର ସୀମାନ୍ତରେ ଲାଗି ରହିଥିବା ଯୋଗୁଁ ଏଠାରେ ଉଭୟ ତେଲୁଗୁ ଓ ଓଡିଆ ଭାଷାଭାଷୀ ସମ୍ପ୍ରଦାୟ ମଧ୍ୟରେ ଏହି ମକର ସଂକ୍ରାନ୍ତି ପଙ୍ଗଲ ସମୟରେ ଭାଇଚାରା ପର୍ବ ଭାବେ ମଧ୍ୟ ପାଳିଥାନ୍ତି । ପୋଙ୍ଗଲ ପର୍ବ ଅବସରରେ ପରିବା ବଜାର ସମେତ ଲୁଗାପଟା ଡ୍ରେସ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମିଳୁଥିବା ଦୋକାନ ଗୁଡିକରେ ଭିଡର ଏକ ପ୍ରକାରର ଅନନ୍ୟ ମହଲ ସୃଷ୍ଟି ହୋଇଥାଏ ।
କିନ୍ତୁ ଚଳିତ ଥର କୋଭିଡ୍ କଟକଣା ଯୋଗୁଁ ଏହି ପର୍ବକୁ ନିରାଡ଼ମ୍ବର ଓ ସୀମିତ ଭାବେ ପାଳନ କରାଯାଇଛି ।

0
0
0
s2sdefault