ହେଡଲାଇନସ୍:

ଆଜାଦି କା ଅମୃତ ମହୋତ୍ସବ ଅବସରରେ ଶହୀଦମାନଙ୍କୁ ସମ୍ମାନ ଅର୍ପଣ ପାଇଁ ଏନସିସି ପକ୍ଷରୁ ନିବେଦନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତର ୭୫ତମ ସ୍ୱାଧୀନତା ପୂର୍ତ୍ତି ସହ ଦେଶର ଗୌରବମୟ ସଂସ୍କୃତି ଏବଂ ଇତିହାସର ଉପଲବ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜାଦି କା ଅମୃତ ମହୋତ୍ସବର ଆୟୋଜନ କରାଯାଇଛିା ୧୨ ମାର୍ଚ୍ଚ ୨୦୨୧ରୁ ଏହି ଉତ୍ସବ ଆରମ୍ଭ ହୋଇ ୨୦୨୩ ଅଗଷ୍ଟ ୧୫ ଅର୍ଥାତ୍ ୭୫ ସପ୍ତାହ ପରେ ଏହି କାର୍ଯ୍ୟକ୍ରମର ଉଦ୍ଯାପନ ହେବା
ଭାରତବର୍ଷର ସ୍ୱାଧୀନତା ତଥା ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଯେଉଁ ବୀରମାନେ ନିଜର ପ୍ରାଣ ଉତ୍ସର୍ଗ କରି ଦେଶର ସାମାଜିକ, ସାଂସ୍କୃତିକ, ରାଜନୈତିକ ତଥା ଅର୍ଥନୈତିକ ପରିଚୟ ପ୍ରତିଷ୍ଠା କରିପାରିଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଏହି ଉତ୍ସବ ସମର୍ପିତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ "ଶହୀଦୋ କୋ ଶତ୍ ଶତ୍ ନମନ୍' ଅଭିଯାନ ଆରମ୍ଭ କରିଛନ୍ତିା ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସ ଉତ୍ସବ ସହ ମିଳିତ ଭାବରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ପକ୍ଷରୁ ଏହା ପାଳନ କରାଯିବା ଓଡ଼ିଶାରୁ ଜଳ, ସ୍ଥଳ ଓ ଆକାଶବାହିନୀରେ କାର୍ଯ୍ୟକରି ପ୍ରାଣବଳୀ ଦେଇଥିବା ଶହୀଦମାନଙ୍କ ଉତ୍ତରାଧିକାରୀମାନଙ୍କୁ ଏନସିସି ଅଧିକାରୀ, ସ୍ଥାୟୀ ପ୍ରଶିକ୍ଷକ ଷ୍ଟାଫ୍ ଓ କ୍ୟାଡେଟମାନେ ସାକ୍ଷାତ କରିବୋ
ଆସନ୍ତା ଜାନୁଆରୀ ୨୬ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ "ଜାତୀୟ ଯୁଦ୍ଧ ସ୍ମାରକୀ'ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ଶହୀଦମାନଙ୍କ ଉତ୍ତରାଧିକାରୀଙ୍କୁ "କୃତଜ୍ଞତାର ପଦକ' ପ୍ରଦାନ କରାଯାଇ ସମ୍ମାନିତ କରାଯିବା ଶହୀଦମାନଙ୍କୁ ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଆଜିଠାରୁ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଟ୍ୱିଟର #ShaheedonKoNamanରେ ଜନସାଧାରଣ ସାମିଲ ହେବା ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ନିବେଦନ କରାଯାଇଛିା ଟ୍ୱିଟରରେ ଯେକୌଣସି ବ୍ୟକ୍ତି କୃତଜ୍ଞତା ଅର୍ପଣ କରିପାରିବୋ

0
0
0
s2sdefault