-
ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣି ରେ ଭାସୁଛି, କ୍ଷୁଦ୍ରଜଳସେଚନ ବିଭାଗ ଚୁପ୍ ଚାପ୍ ରହି ଦେଖୁଛି ।
-
ଶହ ଶହ ହେକ୍ଟର ଚାଷ ଜମିରେ ମାଡ଼ି ପାରୁନି ପାଣି, ଅଭିଯୋଗ ରଖିଲେ ଗ୍ରାମବାସୀ ।
କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନାରାୟଣପୁର ପଞ୍ଚାୟତ ର ବୋଉଳାଣି ଚାଞ୍ଚଡା ନିକଟରେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ୨୦୧୭ ମସିହାରେ ୬୭ ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ନିର୍ମାଣ ହୋଇଥିଲା ଏହି ଆଡିବନ୍ଧ। ନିର୍ମାଣର ୫ ବର୍ଷ ବିତିଯାଇଥିଲେ ସୁଧା ଚାଷ ଜମିକୁ ପାଣି ମାଡିପାରୁନାହିଁ ବୋଲି ୩ ଖଣ୍ଡ ଗ୍ରାମର ଚାଷୀ ଅଭିଯୋଗ କରିଛନ୍ତି। କେନାଲ ନିର୍ମାଣ ପାଇଁ ୩ ଖଣ୍ଡ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ହୋଇପାରୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି। ସଠିକ୍ ଭାବେ ଜଳ ସେଚନ ହେଲେ ସୀତାପୁର, କସିଗୁଡ଼ା ଓ ପଡେଇକାନି ଏହି ତିନୋଟି ଗାଁ ର ଲୋକ ଉପକୃତ ହୋଇଥାନ୍ତେ କିନ୍ତୁ ପାଣି ଅଭାବରୁ ସହ ସହ ହେକ୍ଟର ଜମି ଖାଲି ପଡ଼ିଛି ଏପଟେ ଆଡ଼ିବନ୍ଧ ନିର୍ମାଣ କରି କ୍ଷୁଦ୍ର ଜଳସେଚନ ବିଭାଗ ଚୁପ୍ ବସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଚାଷୀ ମାନଙ୍କ ସମସ୍ୟା ବୁଝିବା ଲୋକ କେହି ନାହାନ୍ତି ,ନେତା ମନ୍ତ୍ରୀ ସବୁ କରିଦେବୁ କରିଦେବୁ କହି ଖାଲି ଆଶ୍ୱସନା ଦେଇ ଭୁଲି ଯାଇଛନ୍ତି ଏବେ ପଞ୍ଚାୟତ ନିର୍ବାଚନ ଆଗକୁ ଥିବାରୁ ପୁଣି ଭୋଟ୍ ପାଇଁ ଗାଁ କୁ ଆସିବେ ସେଇ ନେତା। କିନ୍ତୁ ସେତେବେଳେ ସେମାନଙ୍କୁ ଗାଁ କୁ ପୁରେଇ ଦେବୁନି ବୋଲି କହିବା ସହ ଭୋଟବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଉକ୍ତ ଗ୍ରାମବାସୀ। ଏନେଇ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ମତାମତ ମାଗିବାରୁ ଏ ନେଇ ଆଗରୁ ଲୋକଙ୍କ ଅଭିଯୋଗ ଆସିନି ବର୍ତ୍ତମାନ ଲାଗିଥିବାରୁ ନୂଆ କାର୍ଯ୍ୟ କିଛି କରିହେବନି ନିର୍ବାଚନ ଆଚରଣ ବିଧି ଜାରି ହୋଇଥିବା ଯୋଗୁଁ ଏ ବିଷୟରେ ନିଜେ ଉକ୍ତ ଜାଗାକୁ ଯାଇ ଦେଖିବା ସହ ଲୋକଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି ତେବେ ଦେଖିବାର ରହିଲା କେବେ ହେବ ଲୋକଙ୍କ ଏଇ ସମସ୍ୟାର ସମାଧାନ ନା ପଞ୍ଚାୟତ ନିର୍ବାଚନ ରେ ଏହାକୁ ନେଇ ପ୍ରଶାସନ ଓ ରାଜନେତାଙ୍କ ମୁଣ୍ଡବ୍ୟଥାର କାରଣ ସାଜିବ।