ଅସ୍ତରଙ୍ଗ/ଦୁଃଶାସନ ନାୟକ ; ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ପୁରିଜିଲା ଅସ୍ତରଙ୍ଗ ବ୍ଲକ ର ମାଳଦା ଗ୍ରାମରେ ଚାଲିଥିବା ଦୁଇ ଦିନିଆ ଯଥା,ଗୁରୁବାର ଓ ଶୁକ୍ରବାର ଚାଷୀ ସମିଳନୀକୁ ଅସ୍ତରଙ୍ଗ ପୋଲିସି କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ଅପରାହ୍ନରେ ବନ୍ଦ କରି ଅଛି । କୋଭିଡ଼ି ସଂକ୍ରମଣ ବଢିଚାଲି ଥିବାରୁ ସରକାର କୌଣସି ସମାବେଶ ଆଦି କୁ ବନ୍ଦ ରଖୀଛନ୍ତି । ହେଲେ ମାଲଦା ଗ୍ରାମର ମା ଶୁଭଦ୍ରା କୃଷକ ମହାସଂଘ ଚାଷୀ ସମିଳନୀ କରିବା ପାଇଁ 15 ରରୁ 20 ଭିତରେ କୃଷକ ଓ କୋଭିଡ କଟକଣା ଭିତରେ କରିବାକୁ ଅସ୍ତରଙ୍ଗ ତହସିଲଦାର ଙ୍କ ଠାରୁ ପରମିଶନ ଆଣିଥିଲେ । କିନ୍ତୁ ତାହା ନ କରି ପାଲ ଓ ଟେଣ୍ଟେ ମାରି 200 ରୁ ଉର୍ଦ୍ଧ୍ବ ବିଭିନ୍ନ କିସମର ଚାଷୀଙ୍କୁ ଡାକିବା ବା ଯେଉଁ ସଂସ୍ଥା ଦ୍ଵାରା ଏହି କାର୍ଯ୍ୟ କରାଯାଉଥିଲା, ସେହି ସଂସ୍ଥା ର ଉପରିସ୍ଥ ଅଧକାରୀ ମାନଙ୍କୁ ଡାକି ସମିଳନୀ କରୁଥିବାବେଳେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ କୌଣସି ସୂତ୍ରରୁ କୋଭିଡ ଆଇନ ଉଲଂଘନ ହୋଇ ଏହି ସମାବେଶର ହୋଇଥିବା ଖବର ପାଇଥିଲେ । ହେଲେ, ତହସିଲଦାର କାଳ ବିଳମ୍ବ ନ କରି ଅସ୍ତରଙ୍ଗ ପୋଲିସଙ୍କୁ ବାର୍ତ୍ତା ଦେବା ପରେ ପୋଲିସି ତତକ୍ଷଣାତ ସେହି ସ୍ଥାନରେ ପହଞ୍ଚି ଚାଷୀ ସମାବେଶକୁ ବନ୍ଦ ରଖିଏ ସମ୍ପର୍କିତ ଏକ ରିପୋର୍ଟ ସ୍ଥାନୀୟ ତହସିଲଦାର ରାଜଲକ୍ଷ୍ମୀ ନୟକ ଙ୍କୁ ଦେଇ ଥିବା ଜଣାପଡି ଅଛି ।
ରାଜ୍ୟ
ଚାଷୀ ସମାବେଶ ଉପରେ ପୋଲିସର ଚଢ଼ାଉ ।
- Hits: 668