ବର୍ଷା ହେଲେ ଖୋଳିଗାଁ ବାସୀଙ୍କ ଚିନ୍ତାରେ କଟୁଛିଦିନ
କୋମନା/ ଭାଗିରଥି ଭୋଇ : - ନୂଆପଡା ଜିଲ୍ଲା କୋମନା ବ୍ଲକ ମିଛାପାଲି ପଂଚାୟତର ଖୋଳିଗାଁ ଗ୍ରାମବାସୀ ଏବେ ଚିନ୍ତାରେ । ବର୍ଷା ହେଲା ପରେ ରାସ୍ତା ଏବେ କାଦୁଅରେ ପଚପଚ । ଖୋଳିଗାଁ ରୁ ଚେରେଚୂଆ ୩ କିମି ପ ପଂଚାୟତ ଯିବାକୁ ହେଲେ ଏବେ ଏହି ରାସ୍ତା ଦେଇଯିବାକୁ ହୁଏ । କିଛି ଦିନ ହେଲା ନୁଆପଡା ଜିଲାରେ ଲଗାଣ ବର୍ଷା ଲାଗି ରହିଛି । ଟିକିଏ ଅସାବଧାନ ହେଲେ ରାସ୍ତାରେ ପଡିଯିବାର ଭୟ ଘାରିଛି । କାହାର ସ୍ୱାସ୍ଥ୍ୟ ବିଗିଡିଲେ ଆମ୍ବୁଲେନ୍ସ ଆସିବା ମୁସ୍କିଲ ହୋଇପଡେ ।
ଏଭଲି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଅଭୟାରଣ୍ୟ ହୋଇଥିବାରୁ ବନବିଭାଗ ଅନୁମତି ଦେଉନଥିବା ଜଣାପଡିଛି । ଉକ୍ତ ସମସ୍ୟା ର ତୁରନ୍ତ ସମାଧାନ କରିବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି ।