ହେଡଲାଇନସ୍:

ଇଣ୍ଡିଆସ୍ ବେଷ୍ଟ ଡ୍ୟାନ୍ସର ସିଜିନ୍‌ – ୨: ଦ୍ୱିତୀୟ ରନର୍ସ ଅପ୍‌ ହେଲେ ରୋଜା ରାଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା/ବସନ୍ତ ଜେନା : ରାଉରକେଲା ଝିଅ ରୋଜା ରାଣା ରିଆଲିଟି ସୋ’ ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର ସିଜିନ୍‌-୨ର ଦ୍ୱିତୀୟ ରନର୍ସ ଅପ୍‌ ହୋଇ ଓଡ଼ିଆ ପାଇଁ ଗୌରବ ଆଣିଛନ୍ତି । ସୋନି ଏଣ୍ଟରଟେନ୍‌ମେଣ୍ଟ ଟିଭିରେ ପ୍ରସାରିତ ଏହି ରିଆଲିଟି ସୋ’ରେ ରୋଜା ଚମତ୍କାର ପ୍ରଦର୍ଶନ କରି ଟପ୍‌ ୫ ଫିନାଲିଷ୍ଟଙ୍କ ମଧ୍ୟରେ ରହିଥିଲେ । ତାଙ୍କର ପ୍ରତିଟି ଡ୍ୟାନ୍ସକୁ ସୋ’ର ବିଚାରକ ଟେରେନ୍ସ ଲୁଇସ୍‌, ଗୀତା କାପୁର, ମଲ୍ଲାଇକା ଅରୋରା ପ୍ରଶଂସା କରିଥିଲେ ।
ରୋଜା ପିଲାଦିନ ରାଉରକେଲାରେ କଟିଛି ଓ ଏଠାରେ ଥିବା ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲରେ ଶିକ୍ଷା ଗ୍ରହଣ କରିଛନ୍ତି । ୨୦୧୫ ମସିହାରେ ସେ ‘ବୁଗି ବୁଗି’ ସୋ’ରେ କୋରିଓଗ୍ରାଫର ଭାବେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ‘ନଚ୍‌ ବଲିଏ’, ସୁପର ଡ୍ୟାସର ଓ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟରସ୍‌ରେ ସେ କୋରିଓଗ୍ରାଫର ଭାବେ କାମ କରିଛନ୍ତି ।

0
0
0
s2sdefault