ଭୁବନେଶ୍ୱର (ଶାସକ ପ୍ରଶାସକ ) ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ | ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ତାରିଖ । ପାଞ୍ଚୋଟି ପର୍ଯ୍ୟାୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଫେବୃଆରୀ ୧୬,୧୮,୨୦, ୨୨ ଓ ୨୪ରେ ତାରିଖରେ ଭୋଟ ଗ୍ରହଣ କରାଯିବ । ମତଦାନ ସକାଳ ୭ରୁ ଅପରାହ୍ନ ୧ ଯାଏଁ ହେବ । ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି କରାଯିବ । ଜାନୁଆରୀ ୧୭ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବା ବେଳେ ୨୨ ଜାନୁଆରୀରେ ପ୍ରାର୍ଥୀପତ୍ର ହେବ ଯାଞ୍ଚ ହୋଇ ୨୫ ଜାନୁଆରୀରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି | ସୂଚନାନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ, ୨୦୨ ଜିଲ୍ଲା ପରିଷଦ ଜୋନ୍, ୧୬ଶହ ୬୯ଟି ପଞ୍ଚାୟତ ଓ ୨୨ହଜାର ୩୭୯ ବୁଥ୍ରେ ନିର୍ବାଚନ ହେବ । ଦ୍ବିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ଟି ବ୍ଲକ, ୧୮୬ ଜିଲ୍ଲା ପରିଷଦ ଜୋନ୍, ୧୫୧୪ ଗ୍ରାମପଞ୍ଚାୟତ ଓ ୨୦ହଜାର ୪୩୬ ବୁଥ୍ରେ ଭୋଟ୍ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକ, ୧୭୧ ଜିଲ୍ଲା ପରିଷଦ, ୧୩୮୨ ଗ୍ରାମପଞ୍ଚାୟତ, ୧୮୪୯୫ ବୁଥ୍ରେ ଭୋଟ୍ ଗ୍ରହଣ କରାଯିବ |
ରାଜ୍ୟ
ବାଜିଲା ବିଗୁଲ, ଫେବୃଆରୀ ୧୬ରୁ ୫ ଥାକିଆ ମତଦାନ
- Hits: 810