ହେଡଲାଇନସ୍:

ଯାଜପୁରର ପିଙ୍କ ବୁଥ ହରିୟାନାରେ ମଡେଲ ଭାବେ ପ୍ରଦର୍ଶିତ ହେବ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁର/Jayashankar Dash : ଯାଜପୁର ଜିଲ୍ଲା ୩୦ନଂ ଜୋନ ଉପନିର୍ବାଚନରେ ସିମିଳିଆ ପଂଚାୟତର ୩ଗୋଟି ବୁଥ୍କୁ ପ୍ରଶାସନ ପକ୍ଷରୁ ପିଙ୍କବୁଥ୍ ଭାବେ ବିବେଚନା କରାଯାଇଥିଲା । ଚିତାହଟା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅନୁଷ୍ଠିତ  ହୋଇଥିଲା ଏହି ପିଙ୍କବୁଥ୍ । ଏହି ୩ଟି ବୁଥ୍ ରେ  କେବଳ ମହିଳା ପୁଲିଂ ଅଧିକାରୀମାନେ ନିର୍ବାଚନ ପରିଚାଳନା କରିଥିଲେ । ବୁଥ୍ ଗୁଡିକୁ ଗୋଲାପି ରଂଙ୍ଗରେ ସଜିତ କରାଯିବା ସହ ମହିଳା ଭୋଟରଙ୍କୁ ମତଦାନ ପାଇଁ ଉତ୍ସାହିତ କରିବା  ପାଇଁ ଗୋଲାପ ଫୁଲ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଏହା ସେତେବେଳେ ବେଶ ଚର୍ଚ୍ଚିତ ହୋଇଥିଲା । ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ସମ୍ବାଦ ପହଂଚିଲା ପରେ ଏହି କାର୍ୟ୍ୟକ୍ରମକୁ ସେମାନେ ପ୍ରଶଂସା କରିଥିଲେ । ଏତତ୍ ବ୍ୟତିତ ହରିୟାନ ନିର୍ବାଚନରେ ଏହିଭଳି କେତେକ ପିଙ୍କ ବୁଥ୍ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ବର୍ତମାନ ଯାଜପୁରରେ ହୋଇଥିବା ପିଙ୍କ୍ ବୁଥ ର  ଫଟୋ ଗ୍ରାଫସ ଓ ଭିଡିଓ କ୍ଲିପ ସହିତ ଅନ୍ୟାନ୍ୟ କାର୍ୟ୍ୟକ୍ରମର ତଥ୍ୟକୁ ପ୍ରେରଣ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟକୁ ପତ୍ରସଂଖ୍ୟା ୨୮୬୨ ତାରିଖ ୨୬.୦୭.୧୮ ରିଖରେ ପହଂଚିଛି । ଏହି ତଥ୍ୟକୁ ଖୁବ ଶିଘ୍ର ପେରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । 

0
0
0
s2sdefault