ହେଡଲାଇନସ୍:

ବେଟି ବଚାଓ ଓ ବେଟି ପଢାଓ ଟାସ୍କ ଫୋର୍ସ ବୈଠକ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁର (ଜୟଶଙ୍କର ଦାଶ) :  କନ୍ୟା ସନ୍ତାନ ଦେଶର ଗୌରବ । ଗୃହର ଲକ୍ଷ୍ମୀ ବୋଲି ଅଭିହିତ କରାଯାଏ କିନ୍ତୁ ସମ୍ପ୍ରତି କନ୍ୟା ସନ୍ତାନଙ୍କ ପ୍ରତି ନିର୍ଯ୍ୟାତନ ଘଟଣା ସମଗ୍ର ଦେଶ ପାଇଁ ଏକ ଚିନ୍ତା ଜନକ ପରିସ୍ଥିତି ଦେଖା ଦେଇଛି । ସେଥିପାଇଁ ସରକାର ସେମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ବ୍ରଜଗୋପାଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଗୁରୁବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟ ଠାରେ ଏସମ୍ପର୍କରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଶ୍ରୀ ଆଚାର୍ଯ୍ୟ ଅଧ୍ୟକ୍ଷତା କରି ପ୍ରଥମ ପର୍ଯ୍ୟାୟରେ ଆମ ରାଜ୍ୟରୁ କେବଳ ନୟାଗଡ ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ୨ୟ ପର୍ଯ୍ୟାୟରେ ଯାଜପୁର ଜିଲ୍ଲା ସହ ରାଜ୍ୟର ୧୪ଟି ଜିଲ୍ଲା ସାମିଲ ହୋଇଥିବା ସୂଚନା ଦେଇଥିଲେ । ସମସ୍ତ ଶିଶୁ କନ୍ୟା ମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏହି କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ପ୍ରକାଶ କରିଥିଲେ । ଭୃଣର ଲିଙ୍ଗ ନିରୁପଣ ରୋକିବା ସହ ଶିଶୁ ନିର୍ଯାତନା,ହଷ୍ଟେଲ୍ ଓ ବିଭିନ୍ନ ଆବାସିକ ଶିକ୍ଷାନୁଷ୍ଠାନ  ମାନଙ୍କରେ ରହୁଥିବା ଛାତ୍ରୀ ମାନଙ୍କର ସୁରକ୍ଷାକୁ ନିୟମିତ ଅନୁଧ୍ୟାନ କରିବା ପାଇଁ ସେ ନିର୍ଦ୍ଦେଶ  ଦେଇଥିଲେ । ଏହି ନିଦ୍ଧିଷ୍ଟ ଯୋଜନା ମାଧ୍ୟମରେ ସମସ୍ତ ବିଭାଗ ଯେପରି ଶିଶୁ କନ୍ୟା ମାନଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନିଶ୍ପିତ କରିବେ ସେଥିପ୍ରତି ପଦକ୍ଷେପ ନେବାପାଇଁ ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଜଂନ କର ଯୋଗଦେଇ ଜନ୍ମରୁ ୧୮ବର୍ଷ ବୟସର ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ । ଉତ୍କର୍ଷ  କାର୍ଯ୍ୟ କରୁଥିବା କନ୍ୟାମାନଙ୍କୁ ପୁରସ୍କୃତ ଓ ଉତ୍ସାହିତ  କରିବାର ବ୍ୟବସ୍ଥା ହୋଇଛି ବୋଲି ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୧୦୦ଟି  ଜିଲ୍ଲା ଯେଉଁ ଠାରେ ପୁରୁଷ ତୁଳନାରେ ମହିଳା ଅନୁପାତ ହାର କମ ଥିଲା  ସେଠାରେ ଏହି ଯୋଜନା ଆରମ୍ଭ କରିଥିଲେ । ବର୍ତମାନ ୨ୟ ପର୍ଯ୍ୟାୟରେ ୨୪୪ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହୋଇଛି ବୋଲି ସୂଚନା ଦିଆଯାଇଥିଲା । ଯାଜପୁର ସହ ରାଜ୍ୟର ୧୪ଟି ଜିଲ୍ଲାକୁ ଅର୍ନ୍ତଭୁକ୍ତ କରାଯାଇଛି । ଯାଜପୁରରେ ଏକହଜାର ପୁଅ ମଧ୍ୟରେ ୯୩୫କନ୍ୟା, ସେହିଭଳି ଢେଙ୍କାନାଳରେ ୯୪୬, ଅନୁଗୁଳରେ ୯୩୦, ଗଞ୍ଜାମରେ ୯୨୫, କଟକରେ ୯୫୮, ଖୋର୍ଦ୍ଧାରେ ୯୭୦, ଦେବଗଡରେ ୯୪୦, ସୁନ୍ଦରଗଡରେ ୮୫୪, ସମ୍ବଲପୁରରେ ୯୩୭, କେନ୍ଦ୍ରାପଡାରେ ୮୬୦, ଝାରସୁଗୁଡାରେ ୯୬୦, ଭଦ୍ରକରେ ୯୭୪, ବାଲେଶ୍ୱରରେ ୯୭୬, କଳାହାଣ୍ଡିରେ ୯୫୦ଥିବା ସୂଚନା ଦିଆଯାଇଥିଲା । ଏହି ବୈଠକରେ ଡି.ଏସ.ଡବୁ୍ୟ ଅମିତା ମିଶ୍ର, ଡି.ଏସ.ଏସ ଲକ୍ଷ୍ମୀଧର ସାହୁ, ଏ.ପି.ଡି ମଧୁମିତା ପୃଷ୍ଟି, ଡି.ଆଇ.ପି.ଆର.ଓ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

 

0
0
0
s2sdefault