ହେଡଲାଇନସ୍:

ବାମପାର୍ଶ୍ଵ ନଦୀବନ୍ଧ ରାସ୍ତା ଉନ୍ନତିକରଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ଚନ୍ଦ୍ର ସାରଥୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗମନାଗମନ ସୁବିଧା ପାଇଁ ୯ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) - ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ହନୁମାନ ମନ୍ଦିରଗଡା ନିକଟରେ ସର୍ବସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ଜଳସମ୍ପଦ ବିଭାଗ ତରଫରୁ ୯ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ହୋଇଛି । ଏହି କର୍ଯ୍ୟକ୍ରମ ରେ ଉଦ୍ଘାଟକ ଭାବେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦାନ କରି ଚିତ୍ରୋତୋଳା ବାମପାର୍ଶ୍ଵ ନଦୀବନ୍ଧ ତଥା ତିଳକଣା ପଂଚାୟତର ମଣ୍ଡଣ ଠାରୁ ନରେନ୍ଦ୍ରପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଶୁଭ ଶିଳାନ୍ୟାସ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ କ୍ରୀଡା ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦାନ କରି ନବୀନ ପଟ୍ଟନାୟକ ଙ୍କ ସରକାରରେ ବିକାଶ ଧାରା ଲାଗିରହିଛି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ସବିତା ଓଝା, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ଅଶୋକ କୁମାର ଓଝା, ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପଣ୍ଡା,ସମାଜସେବୀ ହିମାଂଶୁ ଶେଖର ମହାନ୍ତି,ବ୍ରଜମୋହନ ପଣ୍ଡା ଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ ।

0
0
0
s2sdefault