ହେଡଲାଇନସ୍:

ତରିକୁନ୍ଦଠାରେ ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର (ସୁମନ୍ତ ଦାସ) : ଆଜି ରଘୁନାଥପୁର ବ୍ଲକ ଅତର୍ଗତ ତରିକୁନ୍ଦ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଳାରେ 2021 -22 ଖରିପ ବର୍ଷ ନିମନ୍ତେ ପ୍ରଥମ ଧାନମଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଛି l ଧାନମଣ୍ଡି ଉଦଘାଟନ କରି ଜିଲ୍ଲପାଳ କହିଲେ ଏ ବର୍ଷ ଚାଷୀଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଜାନୁଆରୀ 7 ତାରିଖ ରଘୁନାଥପୁର ବ୍ଲକ, ଜାନୁଆରୀ 15 ତାରିଖରେ ଜଗତସିଂହପୁର, ନାଉଙ୍ଗା, ବିରିଡି, ବାଲିକୁଦା, ଏରସମା ଏବଂ କୁଜଙ୍ଗ ବ୍ଲକରେ ମଣ୍ଡି ଖୋଲାଯିବ l ଜାନୁଆରୀ 20 ତାରିଖରେ ତିର୍ତ୍ତୋଲ ବ୍ଲକରେ ଧାନ ମଣ୍ଡି ଖୋଲିବ l ଚାଷୀମାନେ ଯେତେବେଳେ ଚାହିଁବେ ଧାନ ଦେଇପାରିବେ l ନିୟନ୍ତ୍ରୀତ ବଜ଼ାର କମିଟି ତରଫରୁ ଆବଶକ୍ୟ ତାରପୋଲିନ ସମସ୍ତ ପ୍ୟାକ ଯୋଗାଇଦିଆଯାଇଛି l ଜିଲ୍ଲାରେ ଏ ବର୍ଷ 1173529.41 କିଉଣ୍ଟାଲ ଧାନ ଚାଷୀମାନଙ୍କଠାରୁ କ୍ରୟ କରାଯିବ ଲକ୍ଷ୍ୟଧାଯ୍ୟ ରହିଛି l ସାଧାରଣ F.A.Q ଧାନ କ୍ଯୁଣ୍ଟାଲ ପ୍ରତି 1940 ଟଙ୍କା ଓ ଗ୍ରେଡ଼ -ଏ ଧାନ କିଉଣ୍ଟାଲ ପ୍ରତି 1960 ଟଙ୍କା ସରକାରଙ୍କ ପକ୍ଷରୁ ଧାଯ୍ୟ କରାଯାଇଛି l କୋଭିଡ କଟକଣା ଅନୁପାଳନ ପୂର୍ବକ ଧାନ ସଂଗ୍ରହ କରାଯିବ l

ଏହି ଉଦଘାଟନୀ ଉତ୍ସବରେ ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, D, R, C, S ଶ୍ରୀ ରୁଦ୍ର ପ୍ରସାଦ ଦାସ, A.R. C. S ସୁଭଦ୍ରା ପଟ୍ଟନାୟକ, R. M. C ସେକ୍ରେଟାରୀ ଶ୍ରୀ ସୂର୍ଯ୍ୟକାନ୍ତ ଦାସ, ମିଲର ଓ ଚାଷୀମାନେ ଉପସ୍ଥିତ ଥିଲେ I ଜିଲ୍ଲା ଯୋଗାଣ ଅଧକାରିଣୀ ଶ୍ରୀମତୀ ସୁଜାତା ମିଶ୍ର ଯୋଗାଇଦେଇ କହିଲେ ପ୍ରଥମ ପର୍ଯାୟରେ ରଘୁନାଥପୁର ବ୍ଲକର 9 ଟି ପ୍ରାଥମିକ କୃଷି ସମବାୟ ସମିତି ପୁରୁଣା ବସନ୍ତ,ଗୁଆଳିପୁରା,ଛପଡା, ତରିକୁନ୍ଦ, ତରିପୁର, ରାଢ଼ଙ୍ଗ ଜଗନ୍ନାଥ ପୁର, ରେଢ଼ୁଆ ଓ ଜିରା ମାଧ୍ୟ୍ୟମରେ 3000 କୁଇଣ୍ଟାଲ ଧାନ ମେସର୍ସ ଲକ୍ଷ୍ମୀ ଆଗ୍ରୋ ପ୍ରଡକ୍ଟସ, ରାଧାନଗର ମିଲର, ଜଗତସିଂହପୁରଙ୍କ ମାଧ୍ୟମରେ ଧାନ ସଂଗ୍ରହ କରାଯିବ l କେବଳ ଟୋକନ ଗ୍ରହଣ କରିଥବା ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ l ଜିଲ୍ଲାରେ ମୋଟ 104 ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯିବ l ଧାନମଣ୍ଡି ଉଦଘାଟନ ପରିପ୍ରେକ୍ଷୀରେ ଧାନକ୍ରୟ ସଚେତନତା ପ୍ରଚାର ରଥକୁ ଉପଜିଲ୍ଲାପାଳ ଶ୍ରୀ ଧାମେନ୍ଦ୍ର ମଲ୍ଲିକ, ଜିଲ୍ଲା ଯୋଗାଣ ଅଧିକାରିଣୀ ଶ୍ରୀମତୀ ସୁଜାତା ମିଶ୍ର ଓ ଏ. ଆର. ସିଏସ ସୁଭଦ୍ରା ପଟ୍ଟନାୟକ ପତାକା ଦେଖାଇ ଶୁଭଉଦଘାଟନ କରିଥିଲେ l

0
0
0
s2sdefault