ହେଡଲାଇନସ୍:

ଏଆଇଏଫ ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ହସ୍ପିଟାଲ

  • କଟକ ଜିଲ୍ଲା ସମେତ ୩ ରୁ ଉର୍ଦ୍ଧ୍ବ ଜିଲ୍ଲା ଅଞ୍ଚଳବାସୀ ଉପକୃତ ହେବେ ।

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ,ବିକାଶମୁଖୀ ଶାସନରେ ମାହାଙ୍ଗା ବିଧାୟକ ତଥା ରାଜ୍ୟ ପଂଚାୟତିରାଜ,ପାନୀୟଜଳ,ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଠାରେ ମହାମାରୀ କରୋନାକୁ ଦୁରୀଭୂତ କରିବା ପାଇଁ ଏକ କୋଭିଡ ହସ୍ପିଟାଲ ଉଦ୍ଘାଟିତ ହୋଇଯାଇଛି । ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ (ଏଆଇଏଫ) ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ନିଶ୍ଚିନ୍ତକୋଇଲି ବ୍ଳକ କୁଳିଆ ସ୍ଥିତ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପଡ଼ିଆରେ 5କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଶହେ ଶଯ୍ୟାବିଶିଷ୍ଟ କୋଭିଡ଼ ଡାକ୍ତରଖାନାର ଶୁଭ ଉଦ୍ଘାଟନ ହୋଇଯାଇଛି । ମୁଖ୍ୟଅତିଥି ଭାବେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦାନ କରି କୋଭିଡ ରୋଗୀମାନଙ୍କ ପାଇଁ ଏହି ହସ୍ପିଟାଲ ରେ ଆସିୟୁ ବେଡ଼,ଭେଣ୍ଟିଲେଟର, ଅକ୍ସିଜେନ ପାଇପଲାଇନ,ପାନୀୟଜଳ , ବିଦ୍ୟୁତ ସେବା, ଗମନାଗମନ ପାଇଁ ସୁବିଧା ଆଦି ବିଭିନ୍ନ ସୁବିଧାମନ ଉପଲବ୍ଧ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଏହି ହସ୍ପିଟାଲ ହେବା ଦ୍ବାରା କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ସମସ୍ତ କୋଭିଡ ରୋଗୀ ଉତ୍ତମ ଚିକିତ୍ସା ସେବା ପାଇପାରିବେ ।

ଉଦଘାଟନୀ ଉତ୍ସବରେ ସନ୍ନମାନିତ ଅତିଥି ଭାବେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ପୂର୍ବତନ କ୍ରୀଡା ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ଜୋନାଲ ହେଡ ସୁବ୍ରତ ସରକାର,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟ, ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା, ବିଡ଼ିଓ କର୍ଣ୍ଣଦେବ ସମାଦାର, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ସମାଜସେବୀ ହିମାଂଶୁ ଶେଖର ମହାନ୍ତି, ବ୍ରଜମୋହନ ପଣ୍ଡା, ସରପଞ୍ଚ ରୂପାଲୀନ ନାୟକ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ ,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ଡାକ୍ତର, ନର୍ସମାନେ ଯୋଗଦାନ କରିଥିଲେ । ଶେଷରେ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଅମିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଆମେରିକାନ ଫାଉଣ୍ଡେସନ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇପାରିଥିବାରୁ କଟକ ଜିଲ୍ଲା ସମେତ ବିଶେଷ ଭାବେ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଅଞ୍ଚଳର ବହୁ ବୁଦ୍ଧିଜୀବି, ବରିଷ୍ଠ ନାଗରିକ,ଆଇନଜୀବୀ ଓ ସମସ୍ତ ଜନସାଧାରଣ ଗଭୀର ଆନନ୍ଦ ପ୍ରକାଶ କରିଛନ୍ତି ।

0
0
0
s2sdefault