ଅବସ୍ଥା ବୁଝିଲେ , ସହଯୋଗ ପାଇଁ ପ୍ରତିଶ୍ରୁତି ଦେଲେ
ବରଗଡ :- ବରଗଡ଼ (ଶାସକ ପ୍ରଶାସକ) : ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂ । ଅଳ୍ପ ବହୁତ ସମସ୍ତ ତାଙ୍କୁ ଚିହ୍ନିଛନ୍ତି । ସେ ମନ୍ତ୍ରୀ କମ, ସାଧାରଣ ମଣିଷ ଅଧିକ | ଲୋକଙ୍କ ଭିତରେ, ଲୋକଙ୍କ ଭିଡରେ, ଲୋକଙ୍କ ମନରେ ଆଉ ଲୋକଙ୍କ ପାଇଁ ସମୟ ବିତାଉଥିବା ଜଣେ ଲୋକ ପ୍ରତିନିଧି | ନା ଅଛି ମନ୍ତ୍ରୀ ବିଧାୟକ ହେବାର ଅହଂକାର ନ ଅଛି ଧନୀ ଗରିବ ଦଳୀୟ ନିର୍ଦ୍ଦଳିୟର ବାଛବିଚାର | ଯେ କେହି ଯେଉଁ ସମସ୍ୟା ନେଇ ଆସିଲେ ତାକୁ ସମାଧାନ କଲା ପର୍ଯ୍ୟନ୍ତ ଅଥୟ | ଯିଏ ବି ହେଉ ନା କାହିଁକି , ଯେଉଁ ସମୟରେ ବି ହେଉ ନା କାହିଁକି ସମସ୍ତ ଙ୍କ ପାଇଁ ସବୁ ସମୟରେ ତାଙ୍କର ଦ୍ୱାରା ଓ ହୃଦୟ ସମ୍ପୁର୍ଣ୍ଣ ଭାବରେ ଖୋଲା । ରାଜନୀତି କୁ ଆସିବା ପୂର୍ବରୁ ସେ କ୍ରମାଗତ ଭାବରେ ରୋଗୀ ମାନଙ୍କର ସେବା କରି ଆସୁଥିଲେ । ଆଜି ବି ଯଦି କୋଣସି ରୋଗୀ ତାଙ୍କ ପାଖକୁ ପହଂଛି ଯାଏ ତେବେ ତାକୁ ନିଶ୍ଚିତ ଭାବରେ ଯଥା ସମ୍ଭବ ସହଯୋଗ କରିଛନ୍ତି । ମହାମାରୀ ସମୟରେ ତାଙ୍କର ସେବା ଭୁଲି ହେବ ନାହିଁ । ନିଜେ କୋରୋନା ରୁ ଆରୋଗ୍ୟ ହେବା ତୁରନ୍ତ ପରେ ନାହାରି ଯାଇଥିଲେ କୋରୋନା ପୀଡିତ ଙ୍କୁ ସହଯୋଗ କରିବା ପାଇଁ ।
ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପ ଖଣ୍ତ ଲଖମରା ଚର୍ଦାପାଲି ମଝିରେ ଥିବା ଅଙ୍ଗନଦୀରେ ପୋଲ ନିର୍ମାଣର ଭୂମିପୂଜନ ପାଇଁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆସିଥିଲେ।ଲଖମରା ଗ୍ରାମବାସୀ ମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ଶୋଭାଯାତ୍ରାରେ ଯାଉଥିବା ବେଳେ ନିଜ ଘର ବାହାର ପିଣ୍ଢାରେ ସୁନାଧର ସୁନାନୀ ନାମକ ଜନୈକ ବୃଦ୍ଧ ଶୋଇଥିବା ଅବସ୍ଥାରେ ମନ୍ତ୍ରୀଙ୍କର ହଠାତ ନଜର ପଡିଥିଲା । ମନ୍ତ୍ରୀ ତୁରନ୍ତ ବୃଦ୍ଧ ଙ୍କର ପାଖକୁ ପହଞ୍ଚି ଯାଇଥିଲେ । ତାଙ୍କର ସ୍ବାସ୍ଥ୍ୟ ଗତ ସମସ୍ୟା ଓ ଅନ୍ୟାନ୍ୟ ବିଷୟ ବୁଝି ସମସ୍ତ ପ୍ରକାର ସୁବିଧା କରିବା ପାଇଁ ପ୍ରତିଶ୍ରୁତି ଦେଇ ଆସିଥିଲେ ଜୁହାର ଜଣାଇ | ମନ୍ତ୍ରୀଙ୍କ ଏହି ମାନବ ଦରଦୀ କାର୍ଯ୍ୟକୁ ଉପସ୍ଥତା ଲୋକ ପ୍ରଶଂସା କରିଥଲେ |