ହେଡଲାଇନସ୍:

ଲୋକଙ୍କୁ ପ୍ରଶାସନର ପ୍ରତିଶ୍ରୁତି  କେବଳ ଏଠି  ପ୍ରତାରଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାଙ୍ଗାଲ ପଦରଠାରୁ ରାଜୁପଥର, ସାର୍ତ୍ତୁଳ ରୁ ରାଡାକୁ ଯୋଗାଯୋଗ ବିଚ୍ଛିନ୍ନ

ଘୁ.ଉଦୟଗିରି (Gagan Kumar Pradhan) - କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ । ଆଜି ମଧ୍ୟ ଏହି ବ୍ଲକର ବିଭିନ୍ନ ଅଞ୍ଚଳକୁ ରାସ୍ତାଟିଏ ନାହିଁ । ଯାହା ପାଇଁ ଅଞ୍ଚଳର ବସବାସ କରୁଥିବା ଅଧିବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଘଟଣା ଅନୁସାରେ ଲଘୁଚାପ ଜନିତ ବର୍ଷାରେ କୋଟଗଡ଼ ବ୍ଲକଠାରୁ ପାଙ୍ଗାଲ ପଦର ଓ ରାଜୁ ପଦର ଅଞ୍ଚଳକୁ ଯୋଗାଯୋଗ ସେବା ବିଚ୍ଛିନ୍ନ ହୋଇଯାଇଥିଲା । ସେହିପରି ସାର୍ତୁଲ ଗ୍ରାମ ପଞ୍ଚାୟତର ଆରକି ମାହା, ସ୍ଳୁକା ମାହା,ତଗାପାଙ୍ଗା, ବାଲିମାହା, ରାଡା ସମେତ କ୍ଦଉ ମାହା, ଡକାର ମାହା, ଡୁଡୁମିଲା, ଟୋଟା ମାହା ଓ ଲାଡି ମାହା ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଏହି ଅଞ୍ଚଳର ପ୍ରାୟ ୨୦୦୦ରୁ ଉର୍ଧ୍ଵ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିଛି ମାସ ପୂର୍ବେ ପାଙ୍ଗାଲ ପଦରଠାରୁ ରାଜୁ ପଦରକୁ ମାଟି ରାସ୍ତାଟିଏ ତିଆରି ହୋଇଥିଲା । ଲଗାଣ ବର୍ଷା ଯୋଗୁ ରାସ୍ତା ଧୋଇ ହୋଇ ଯାଇଥିବାରୁ ଉକ୍ତ ଅଞ୍ଚଳରୁ ଚାଲିଚାଲି ଯିବା ମଧ୍ୟ ଏକ ପ୍ରକାର ଅସମ୍ଭାଳ ହୋଇଥିବା ଅଞ୍ଚଳବାସୀ କହିଛନ୍ତି । ରାସ୍ତା ଖରାପ ହେବା ଯୋଗୁ ଛାତ୍ରଛାତ୍ରୀ ବିଦ୍ୟାଳୟ କଲେଜ , ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ବହୁ ସମସ୍ୟା ଦେଖା ଦେଉଛି । ଘଟଣା ସମ୍ପର୍କରେ କୌଶିକ ବଡ଼ସେଠ୍, ଧୀରେନ ପାଟମାଝି, ସାମୁଏଲ ଚାଲାନ୍ ସେଠ, ଅବିଶନ୍ ରୂପା ମାଝି, ସାମ୍ସନ୍ ରୁପା ମାଝି ସମେତ ଅଞ୍ଚଳର ବହୁ ଜନସାଧାରଣ କୋଟଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇ ରାସ୍ତାର ମରାମତି ନିମନ୍ତେ ଦାବି କରିଛନ୍ତି । କିଛି ବର୍ଷ ପୂର୍ବେ ଏହି ଅଞ୍ଚଳ ସାରା ରାଜ୍ୟରେ ପରିଚିତ ଥିଲା । ସରକାରୀ ବାବୁଙ୍କ ନଜରରେ ମଧ୍ୟ ଥିଲା । କାରଣ ମାଦାଗୁଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା । ପ୍ରଶାସନ ପକ୍ଷରୁ ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ହେଲେ ତାହା ପ୍ରତିଶ୍ରୁତିରେ ରହିଯାଇଛି ବୋଲି ଅଞ୍ଚଳର କୌଶିକ ବଡ଼ସେଠ୍ ମନ୍ତବ୍ୟ ଦେଇଛନ୍ତି ।

0
0
0
s2sdefault