ହେଡଲାଇନସ୍:

 ଗୁରୁପ୍ରିୟା ଛାତିରେ ଯାନବାହାନ ଚଳପ୍ରଚଳ , ହସି ଉଠିଲା ବିଚ୍ଛନ୍ନାଞ୍ଚଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନବୀନ ସରକାରର ବଡ ଉପଲବ୍ଧି 

 ଗୁରୁପ୍ରିୟା ଛାତିରେ ଯାନବାହାନ ଚଳପ୍ରଚଳ , ହସି ଉଠିଲା ବିଚ୍ଛନ୍ନାଞ୍ଚଳ 

Malkangiri/Bhubaneswar : ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ବାହାର ଦୁନିଆ ସହିତ ସଂଯୋଗ ପାଇଁ ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତିି। କଡ଼ା ସୁରକ୍ଷା ମଧ୍ୟରେ ଜୟପୁର ଏୟାରଷ୍ଟ୍ରିପ୍‌ରୁ ହେଲିକ୍ୟାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯାଇ ମାଲକାନଗିରିରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଜାନବାଇ ଘାଟରେ ପହଞ୍ଚି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରିଛନ୍ତି। ଏହି ଗୁରୁପ୍ରିୟା ସେତୁର ଲମ୍ବ ହେଉଛିି ୯୧୦ ମିଟର । ପ୍ରାୟ ୧ କିଲୋମିଟର ଦୈଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ ଦ୍ୱାରା ବିଛିନ୍ନାଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରିବ।ଏହା ଫଳରେ ଚିତକୋଣ୍ଡା ବ୍ଲକ୍‌ର ୧୫୧ଟି ଗାଁର ଲୋକେ ଉପକୃତ ହୋଇ ପାରିବେ।

  ବିରୋଧି ଦଳର ହାଲକା ବିରୋଧ ଭିତରେ ମୁଖ୍ୟମନ୍ତ୍ରୀ ବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିିତ ହୋଇଯାଇଛି ବହୁ ପ୍ରତିକ୍ଷିତ,  ବହୁ ବିତର୍କିତ ତଥା ଉଠି ପଡି ମୁଣ୍ଡ ଟେକି ଠିଆ ହୋଇଥିବା ଗୁରୁପ୍ରିୟା ସେତୁ  । ଏହି ପରିକଳ୍ପନାର ଭ୍ରୁଣ ସଞ୍ଚାର ହୋଇଥିଲା  ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ  । ହେଲେ କେତେକ କାରଣ ଯୋଗୁ ସେ ପାଈକଳ୍ପନା  ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବହୁ ଘାତ ପ୍ରତିଘାତ  ଭିତରେ ଗୁରୁପ୍ରିୟ ସେତୁ ଗାଡି ଗଡି ଗଡି ଠିକଣା ଯାଗାରେ ପହଞ୍ଚିଯାଇଛି  । ବିରୋଧୀ ଦଳ ଯେତେ ସମାଲୋଚନା କରନ୍ତୂୁ ବା ଯେତେ କଳାପତାକା ଦେଖାନ୍ତୁ, ଏହା ଯେ ନବୀନ ବାବୁଙ୍କ ସର୍କାରର ସବଠୁ ବଡ ଉପଲବ୍ଧô  । ମାଓବାଦୀଙ୍କ ଧମକ ଆଉ ଆତଙ୍କ ଭିତରେ ଯେତେବେଳେ ସୀମାନ୍ତ ସଡକ ସଂଗଠନ କାମ କରିବା ପାଇଁ ସାହସ କରିନଥିଲା, ସେତିକି ବେଳେ ବି ସୀମା ସୁରକ୍ଷା ବଳର ସହାୟତାରେ କାମଟିକୁ ହାତକୁ ନେଇଥିଲା ପୂର୍ତ୍ତ ବିଭାଗ  । ଯାବତୀୟ ସମାଲୋଚନା , ଅପନିନ୍ଦା, ମାଧବାଦୀ ଧମକ, ନିର୍ମାଣ କାର୍ଯ୍ୟରେ ଅଘଟଣ ଭିତରେ ଜିଦ୍ରେ ସାରିବା ପାଇଁ ଲାଗି ପଡିଥିଲା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ  । ଖୋଦ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ଗୋଡଟଣା ଭିତରେ ବାରମ୍ବାର ଗସ୍ତ କରି କାର୍ଯ୍ୟ କେମିତି ପାଖାପାଖି ଟାର୍ଗେଟ ସମୟ ଭିତରେ ସରିବ ସେଥିପାଇଁ ଜିଦ୍ରେ ଲାଗିପଡିଥିଲେ ପୂର୍ତ୍ତ ସଚିବ  ନଳିନୀ ପ୍ରଧାନ  ।  ଘଟଣା ଦୁର୍ଘଟଣା ବହୁଳ ଗୁରୁପ୍ରିୟା ସେତୁର ଶେଷରେ ମୁଣ୍ଡିମାରିବାରେ ସକ୍ଷମ ହୋଇପାରିଛନ୍ତି ବିଭାଗୀୟ ସଚିବ ଶ୍ରୀ ପ୍ରଧାନ ଆଣ୍ଡ କୋ  ।  ଏହାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଏହା ମାଲକାନଗିରି ଜିଲ୍ଲା ଖାସ କରି ବିଚ୍ଛିନ୍ନାଞ୍ଚର ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡିବ ବୋଲି ମତବ୍ୟକ୍ତ କରିଛନ୍ତି  ।  ଏହା ନିଃସନେ୍ଦହ, ଏହି ସେତୁ ଦ୍ୱାରା ବିଚ୍ଛିନ୍ନାଂଚଳ ବିଶେଷ ଭାବେ ଉପକୃତ ହେବେ । ଯୋଗାଯୋଗର ସୁବିଧା ମିଳିବ । ଏହି ଅଂଚଳରେ ଅର୍ଥନୈତିକ ବିକାଶ ଘଟିବଏହା ନିଶ୍ଚିତ ।  

ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ କରାଯିବାର ନିଷ୍ପତି କଂଗ୍ରେସ ନେଇଥିବା  ବେଳେ ତଥାପି ମାଓ ପ୍ରବଣତାକୁ ଦୃଷ୍ଟିରେ ରଖି  ସୁରକ୍ଷାବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ ଉଦଘାଟନ ପାଇଁ ମାଲକାନଗିରି ଗସ୍ତର ଅବ୍ୟବହିତ ପୂର୍ବରୁ ପୂର୍ତ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ବିଭାଗୀୟ ସଚିବ ଇଂ ନଳୀନି ପ୍ରଧାନ ଚିତ୍ରକୋଣ୍ଡା ଯାଇ ସେଠାରେ ନିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ସମେତ ଗୁରୁପ୍ରିୟା ସେତୁର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳବାସୀଙ୍କ ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ଓ ଜିଲ୍ଲା ସଦର ମହକୁମାରେ ସାତ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି  । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଦୁଇଦିନ ପୂର୍ବରୁ ମାଲକାନଗିରି ଜିଲ୍ଲା ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ  |

 ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଥିଲା । ଚିତ୍ରକୋଣ୍ଡା ଥାନା ଜାନବାଇ ଅଂଚଳରେ ଉଦଘାଟନ ହେବାକୁ ଗୁରୁପ୍ରିୟା ସେତୁ ମାଓପ୍ରବଣ ହୋଇଥିବାରୁ ଏଠାରେ ସୁରକ୍ଷା ପାଇଁ ୬ ପ୍ଲାଟୁନ ଫୋର୍ସ ସହ ଡିଭିଏଫ, ବିଏସଏଫ ଯବାନକୁ ନିୟୋଜିତ କରାଯାଇଥିଲା  । ସେହିପରି ଜିଲ୍ଲା ସଦର ମହକୁମା ଏମ.ଭି. ୩ ବିଏସଏଫ କ୍ୟାମ୍ପଠାରୁ ସାଧାରଣ ସଭା ହେବାକୁ ଥବବା ଷ୍ଟାଡିୟମ ପର୍ଯ୍ରନ୍ତ ମୁଖ୍ୟ ରାସ୍ତାର ଉଭୟ ପଟରେ ବେରିକଡ଼ କରାଯିବା ସହ ଷ୍ଟାଡ଼ିୟମ ଚତୁଃପାଶ୍ୱର୍ରେ ବହୁ ସଂଖ୍ୟାରେ ଫୋର୍ସ ମୂତୟନ କରାଯାଇଥିଲା  । ମୁଖ୍ୟମନ୍ତ୍ରୀ ଷ୍ଟାଡିୟମଠାରେ ସାଧାରଣ ସଭାରେ ବିଭିନ୍ନ ହିତାଧିକାରୀଙ୍କୁ ସରକାରୀ ସହାୟତା ମଧ୍ୟ ପ୍ରଦାନ କରିଥିଲେ ।

0
0
0
s2sdefault