ହେଡଲାଇନସ୍:

ନଦୀଶଯ୍ୟା ଓ ସଇରାତରୁ  ବାଲି ଉଠାଣକୁ ଶୃଙ୍ଖଳିତ କରାଯିବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଆଇନକୁ  କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

25-07-18-cs.jpg - 52.87 kB

ଭୁବନେଶ୍ୱର - ରାଜ୍ୟର ବିଭିନ୍ନ ନଦୀଶଯ୍ୟା ଏବଂ  ଉତ୍ସରୁ ବାଲି ଖନନ କାର୍ଯ୍ୟକୁ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବା ପାଇଁ ସରକାର ନୂତନ ପ୍ରଚେଷ୍ଟା ଅ।ରମ୍ଭ କରିଛନ୍ତି  । ଏଥି ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ପ୍ରସ୍ତୁତ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୁରୁବାରି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ   ହୋଇଯାଇଛି  । ସଚିବାଳୟଠାରେ ଅନୁଷ୍ଠିତ  ଏହି ବୈଠକରେ ମାର୍ଗ ଦର୍ଶିକାରେ ସନ୍ନିବଶିତ ହେବାକୁ ଥିବା ବିଭିନ୍ନ ଦିଗ ବିଷୟରେ ବିସ୍ତୃତ ଅ ।ଲୋଚନା  ହୋଇଥିଲା  । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ  ଡ଼ଃ ଚନ୍ଦ୍ରଶେଖର କୁମାର ମାର୍ଗ ଦର୍ଶିକାର ଏକ ଚିଠା ପ୍ରସ୍ତାବ ଅ ।ଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ବେଆଇନ୍ ବାଲି ଖନନ ଓ ବାଲି ଚୋରି  ବନ୍ଦ କରିବା ପାଇଁ ଲଘୁ ଖଣିଜ  ଦ୍ରବ୍ୟ ଉତୋଳନ ଅ।ଇନ୍ ସହ ସାଧାରଣ ଅ ।ଇନ୍ ଶୃଙ୍ଖଳା ନିତୀନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ନିମନ୍ତେ  ଶାସନ ସଚିବ ଶ୍ରୀ ପାଢ଼ୀ ପୋଲିସ ବିଭାଗଙ୍କୁ  ନିର୍ଦ୍ଦେଶ ଦେଇଥିଲେ  । ଏ ଦିଗରେ ପୋଲିସକୁ  ଆବଶ୍ୟକୀୟ ତଥ୍ୟ ଓ ସହଯୋଗ ଯୋଗାଇବା ପାଇଁ ଜିଲ୍ଲାପାଳ, ରାଜସ୍ୱ ଓ ଜଳ ସଂପଦ ବିଭାଗର  ମାନଙ୍କୁ ମଧ୍ୟ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ  । 

ରାଜ୍ୟର ବିଭିନ୍ନ ନଦୀ ଶଯ୍ୟାରେ ଥିବା ବଡ଼ ବଡ଼ ବାଲି ଖନନ  ଯୋଗ୍ୟ ଉତ୍ସକୁ  ସାଟେଲାଇଟ୍ ଓ ରିମୋଟ୍ ସେନ୍ସିଂ ପଦ୍ଧତି  ମାଧ୍ୟମରେ  କରିବା ପାଇଁ  ବୈଠକରେ ସ୍ଥିର ହୋଇଥିଲା  । ଏ ଦିଗରେ ତ୍ୱରିତ  ପଦକ୍ଷେପ ନେଇ ନିର୍ଦ୍ଧାରିତ  ସମୟ ମଧ୍ୟରେ ଚିହ୍ନଟ କାର୍ଯ୍ୟ  ସାରିବା ପାଇଁ ମୁଖ୍ୟ ଶାସନ ସଚିବ  ଓଡ଼ିଶା ମହାକାଶ ଉପଯୋଗିତା  (ଓରସାକ୍) ଙ୍କୁ ନିର୍ଦ୍ଦେଶ  ଦେଇଥିଲେ  । ବିଭିନ୍ନ ଉନ୍ନୟନ ମୂଳକ  ଏବଂ ଭିତିଭୂମୀ ଉନ୍ନୟନ କାର୍ଯ୍ୟ ପାଇଁ  ଆବଶ୍ୟକୀୟ ବାଲି ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ ପାଇଁ ବାଲି ଯୋଗାଣ, ବେଅ।ଇନ୍ ବାଲି  ଦୃଢ଼ ଦମନ, ବାଲି ଖନନକୁ  ନଦୀ ଶଯ୍ୟା ଓ ତତ୍ ସଂଲଗ୍ନ ଭିତିଭୂମୀ ପାଇଁ  ନିରାପଦ କରିବା, ବାଲିର ଅ ।ବଶ୍ୟକତା ଏବଂ ଯୋଗାଣ ଭିତରେ ସନ୍ତୁଳନ ରଖିବା, ସମସ୍ତ ବାଲି  ସଇରାତର ଚିହ୍ନଟ କରିବା,  କେଉଁଉତ୍ସରୁ  କେତେ ବାଲି  ଉତୋଳନ ଉଚିତ ତାର ଆକଳନ କରିବା, ଏଥି ପାଇଁ ପରିବେଶ ଓ ଅନ୍ୟାନ୍ୟ ବୈଧାନିକ ସ୍ୱୀକୃତି ଅ ।ଦି ବିଷୟରେ  ବୈଠକରେ ଅ ।ଲୋଚନା ହୋଇଥିଲା  । 

ବୈଠକରୁ ମିଳିଥିବା ବିଭିନ୍ନ ପରାମର୍ଶ ଗୁଡିକୁ ସନ୍ନିବେଶିତ କରି ନୂତନ ନିୟାମକର ରୂପରେଖ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ  ବିଭାଗଙ୍କୁ ନିଦେ୍ର୍ଧଶ ଦେଇଥିଲେ  । 

ଉନ୍ନୟନ କମିଶନର  ଆର୍.ବାଲାକ୍ରିଷ୍ଣନ୍, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର, ଇସ୍ପାତ୍ ଓ ଖଣି  ଅତିରିକ୍ତ  ମୁଖ୍ୟ ଶାସନ ସଚିବ   ରାଜ କୁମାର ଶର୍ମା,  ଜଳ ସଂପଦ ବିଭାଗ  ପ୍ରମୁଖ ଶାସନ ସଚିବ   ପ୍ରଦୀପ କୁମାର ଜେନା, ଗ୍ରାମ ଉନ୍ନୟନ  ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ମୋନା ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ  ପ୍ରମୁଖ ଶାସନ ସଚିବ   ମନୋଜ ମିଶ୍ର, ପ୍ରଦୂଷଣ ନିୟନ୍ତ୍ରଣ   ବୋର୍ଡର ସଦସ୍ୟ  ଦେବୀଦତ୍ତ  ବିଶ୍ୱାଳଙ୍କ  ସମେତ ବିଭିନ୍ନ  ବିଭାଗର  ଅଧିକାରୀ ମାନେ  ବୈଠକର ଅ।ଲୋଚନାରେ  ଅଂଶଗ୍ରହଣ କରିଥିଲେ  । 

0
0
0
s2sdefault