ହେଡଲାଇନସ୍:

ରାଜ୍ୟ ସଭାପତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନବରଙ୍ଗପୁର ଜିଲ୍ଲା ବିଜେଡି ସଂଖ୍ୟାଲଘୁ ପ୍ରକୋଷ୍ଠ ସଭାପତି ସୟଦ କାଝାମ ମାଦାନୀ ଆଜି ନିଜ ଶତାଧିକ ସମର୍ଥକଙ୍କ ଗ୍ରହଣରେଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ନୂତନ ଭାବେ ଯୋଗଦାନ କରିଥିବା ଶ୍ରୀ କାଝାମୀଙ୍କ ସମେତ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଉମରକୋଟ ବିଧାୟକ ତଥା ବିଜେପି ରାଜ୍ୟ ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପ ସାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଜିଲ୍ଲା ପ୍ରଭାରୀ ତଥା ବିଧାୟକ ଡ.ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଜଗଦୀଶ ବିଶୋୟୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଯୁବମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ ।
ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୋଳିକ ସୁବିଧା ସୁଯୋଗ ପାଇବାରୁ ଆଜି ରାଜ୍ୟବାସୀଙ୍କୁ ବଂଚିତ କରୁଛନ୍ତି ରାଜ୍ୟସରକାର । ଆଦିବାସୀ ଓ ପଛୁଆ ଜିଲ୍ଲା ଭାବେ ପରିଗଣିତ ନବରଙ୍ଗପୁର ଜିଲ୍ଲାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଦେଶର ଆକାଂକ୍ଷୀ ଜିଲ୍ଲା ଭାବେ ଗ୍ରହଣ କରି ଅଂଚଳର ସାମଗ୍ରିକ ବିକାଶ ପାଇଁ ଅହରହ ପ୍ରୟାସ ଜାରୀ ରଖିଥିବାବେଳେ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସକ ବିଜେଡି କାରଣରୁ ଅଂଚଳର ବିକାଶ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇପଡିଛି । ଗରୀବ, ଆଦିବାସୀ, ପଛୁଆ ବର୍ଗଙ୍କ ବିକାଶର ବାଧକ ହେଲା ବିଜେଡି । ବିଜେପିର ବିକାଶ ଧାରାରେ ନିଜକୁ ସାମିଲ କରି ନୂଆ ଓଡିଶା ଗଠନ ଲକ୍ଷ୍ୟରେ ବିଜେପିରେ ସାମିଲ ହୋଇଥିବାରୁ ସମସ୍ତ ନୂତନ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର, ପିଏମ କିଶାନ ଯୋଜନାରେ ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା, ଚାଷୀକୁଳକୁ ତା କଷ୍ଟ ଉପାର୍ଜିତ ଶସ୍ୟକୁ ନିର୍ଦ୍ଧାରିତ ଏମଏସପି ପ୍ରଦାନ କରିବା ସମେତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ସମସ୍ତ ଜନ ଓ ଗରୀବକଲ୍ୟାଣ ଯୋଜନାକୁ ସମାଜର ତଳସ୍ତରରେ ବାସ କରୁଥିବା ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି । ଆଜିର ମିଶ୍ରଣ ଦ୍ୱାରା ଦଳର ସଂଗଠନ ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ଶ୍ରୀ ମହାନ୍ତି ଦୃଢ ଆଶା ବ୍ୟକ୍ତ କରିଛନ୍ତି ।
ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଆଦିବାସୀଙ୍କ ବିକାଶ ଉଦେ୍ଧଶ୍ୟରେ ପ୍ରଥମ ଥର ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଗଠନ ହୋଇଥିଲା । ବର୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଦିବାସୀମାନଙ୍କ କଲ୍ୟାଣ ପାଇଁ ପ୍ରଚୁର ଅର୍ଥ ପ୍ରଦାନ କରିବା ସହିତ ବହୁ ଯୋଜନାର ସୁଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ବନଜାତ ଦ୍ରବ୍ୟକୁ ଆନ୍ତର୍ଜାତିକ ସ୍ତରରେ ପହଂଚାଇ ଆଦିବାସୀମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି । ‘ହର୍ ଘର୍ ଜଲ୍’ ଯୋଜନାରେ ଦେଶର ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବାର ମହତ୍ କାର୍ଯ୍ୟ ମୋଦୀ ସରକାର ହାତକୁ ନେଇଛନ୍ତି । ଅନ୍ୟ ପଟେ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସକ ବିଜେଡିର ସ୍ୱେଚ୍ଛାଚାରିତା କାରଣରୁ ସାଧାରଣ ଓଡିଶାବାସୀ ଏ ସମସ୍ତ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ମୋଦି ସରକାର ଗରୀବଙ୍କ ପାଇଁ ସମର୍ପିତ ଏବଂ ସେମାନଙ୍କ ବିକାଶ ପାଇଁ ସର୍ବଦା କାର୍ଯ୍ୟରତ । ଏହି ବିକାଶ କାର୍ଯ୍ୟକୁ କେହି ରୋକିପାରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ।
ଆଜିର ଏହି ମିଶ୍ରଣରେ ଝରିଗାଁ ବ୍ଲକ ରଙ୍ଗପୁର ଗ୍ରାମ ସରପଂଚ କାବେରୀ ସାନ୍ତା, ରଙ୍ଗପୁର ସମିତି ସଭ୍ୟା ଶ୍ରୀମତୀ ରାଧାମଣୀ ସାନ୍ତା, ରଙ୍ଗପୁର ନାଏବ ସରପଂଚ ଦିଗାମ୍ବର ଭତ୍ରା, ନବରଙ୍ଗପୁର ଜିଲ୍ଲା ଯୁବ ବିଜେଡି ସଂପାଦକ ବିକ୍ରମ ସିଂହ, ବ୍ଲକ ସଭାପତି ପବିତ୍ର ଗୋର୍ଡା, ଉମରକୋଟ ବ୍ଲକ ବିଜେଡି ସଂପାଦକ ଧୋନିରାମ ଗଣ୍ଡ, ୱାର୍ଡ ମେମ୍ବର ନୀଳା ଜାନୀ, ରାସିମଜାନୀ, କୁଭି ସମାଜ ବିକାଶ ପରିଷଦ ଜିଲ୍ଲା ସଂଯୋଜକ ପ୍ରଭୁଦାଶ ସାନ୍ତା, କୁଭି ସମାଜ ବ୍ଲକ ଉପସଭାପତି ଆଶାରାମ ସାନ୍ତା, ଦାମୋଦର ସାନ୍ତା, ପୂର୍ବତନ ସରପଂଚ ତଥା ବିଜେଡି ନେତା ପ୍ରହ୍ଲାଦ ଭତ୍ରା, ପର୍ଶୁ ଭତ୍ରା, ମଙ୍ଗଳା ସାନ୍ତା, କମଲାଚନ ସାନ୍ତା, କୋଲାର ସମାଜ ବ୍ଲକ ଉପସଭାପତି କୃତିବାସ କୋଲାର, ଭତ୍ରା ସମାଜ ନେତା ଲାଖି ମାଝୀ, ମଲ୍ଲୀ ପୁଜାରୀ, କଂଗ୍ରେସ ନେତା ଦୁର୍ଜନ ମାଝୀ, ଧନସିଂହ ଭତ୍ରା, ରଥୀ ମାଝୀ, ଯୁବ ବିଜେଡି ନେତା ହିରାମନ ରାୟ, ନରସିଂହ କୋଲାର, ଇନ୍ଦ୍ର ଭତ୍ରା, ଦାମୋଦର ସାନ୍ତା, ତୁଳାରାମ ଭତ୍ରା, ଶୋଭା ସାନ୍ତା, ଉଦ୍ଧବ ସାନ୍ତା, ଗଣ୍ଡ ସମାଜ ନେତା କାନ୍ତା ଗଣ୍ଡ, ଲାଲୁ ସାନ୍ତା, ଗୈାଡ ସମାଜ ନେତା ବିଶମ ଗୈାଡ, ଅମରସିଂ ଜାନୀ, ସମାଜସେବୀ ତୁଳାରାମ ଜାନୀ, ନରେନ୍ଦ୍ର ତିୱାରୀ, ଗଜେନ୍ଦ୍ର ପାଣ୍ଡେ, ଜିତେନ୍ଦ୍ର ଗୈାଡ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ଓ କଂଗ୍ରେସ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

 

 

0
0
0
s2sdefault