ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକର ସୀମାନ୍ତବର୍ତ୍ତୀ ଗ୍ରାମ କନ୍ଧ ଗଣି ନିକଟରେ ରହିଥିବା ସଙ୍କଟ ମୋଚନ ପଞ୍ଚମୁଖୀ ହନୁମାନଙ୍କ ପୀଠରେ ୠଷିପୁତ୍ର ଓ ୠଷି କନ୍ୟାମାନଙ୍କ ଦୀକ୍ଷା ଗ୍ରହଣ ,ପଞ୍ଚମୁଖୀ ହନୁମାନଙ୍କ ପ୍ରତିଷ୍ଠା ଉତ୍ସବ ଓ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲୁ ରହିଛି। ଏହି ଅବସରରେ ମହେନ୍ଦ୍ରଗିରି ଶୈବପୀଠର ସାଧକ ତପସ୍ୱୀ ଭାସ୍କର ତୀର୍ଥ ସରସ୍ଵତୀ (ଲକ୍ଷ୍ମୀ ବାବା) ଯୋଗଦେଇ ଋଷି ପୁତ୍ର ଓ କନ୍ୟାମାନଙ୍କୁ ଦୀକ୍ଷା ଗ୍ରହଣ କରାଇଥିଲେ। ତାଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲୁ ରହିଥିବା ବେଳେ ଋଷି ପୁତ୍ର ଅନ୍ତର୍ଯ୍ୟାମୀ ସ୍ୱରୂପ, ଅଜୟ କୁମାର ସ୍ୱରୂପ, ପୂଜକ ଉଜ୍ଜ୍ଵଳ ମଳିକ, ଜଗନ୍ନାଥ ଶବର , କନ୍ଧ ଶବର ,ଡମ୍ବରୁ ମଳିକ, ଶଶି ଶବର , ସୁଶାନ୍ତ ମଣ୍ଡଳ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
୩ଦିନ ଧରି ମନ୍ଦିର ପରିସରରେ ହୋମ ଯଜ୍ଞ, ଅନ୍ନ ଯଜ୍ଞ , ଘୃତ ଯଜ୍ଞ ଅନୁଷ୍ଠିତ ହୋଇଛି। କର୍ତ୍ତା ଭାବେ ଶିକ୍ଷକ ରମେଶ ଚନ୍ଦ୍ର ସାହୁ କାମ ତୁଲାଇଥିଲେ। ଅଞ୍ଚଳର ହିନ୍ଦୁ ଧର୍ମାବଲମ୍ବୀ ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ରାଜ୍ୟ
କନ୍ଧ ଗଣି ଗ୍ରାମରେ ୩ଦିନ ଧରି ଋଷି ପୁତ୍ର ଓ ୠଷି କନ୍ୟାଙ୍କ ଦୀକ୍ଷା ଗ୍ରହଣ ଓ ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
- Hits: 532