ହେଡଲାଇନସ୍:

 ନେତା, ଠିକାଦାର, ବିଭାଗୀୟ ଅଧିକାରୀଙ୍କ ମହାମେଂଟ : ବିଭାଗ ସାଜିଛି  ଚୋର ମାଉସୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଶାଳା : ୨ ମାସ ହେବା ଭାଙ୍ଗି ପଡିଛି ଆଦ୍ୟାନାଳ ପୋଲ

ଯାଜପୁର (ଜୟଶଙ୍କର ଦାଶ)

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ଶାସନ ଓ ନିର୍ବଳ ପ୍ରଶାସନ ଉପରେ ଗୁରୁତ୍ୱ ଦେବା ସହ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ବିକାଶ ନାମରେ ଚାଲିଛି ହରିଲୁଟ । ରାଜନୀତି ନାମରେ ଠିକାଦାରୀ ପାଇଁ କେବଳ ବିକାଶ ମୂଳକ କାର୍ଯ୍ୟ କରାଯାଇ ଏ ବାବଦରେ ଆସୁଥିବା ବହୁକୋଟି ଟଙ୍କାର ସରକାରୀ ଅର୍ଥକୁ ହରିଲୁଟ କରାଯାଉଛି । ଏହାର ଏକ ଦୃଷ୍ଟାନ୍ତ ହୋଇଛି, ଧର୍ମଶାଳା ବ୍ଲକର ଜେମାଦେଇପୁର-ପଟୁଣିଆକୁ ସଂଯୋଗ କରୁଥିବା ରାସ୍ତାରେ ନିର୍ମିତ ଆଦ୍ୟାନାଳ ପୋଲ । ମାତ୍ର ଦୁଇ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ଏହି ପୋଲଟି ଦୀର୍ଘ ୨ ମାସ ହେବା ଭାଙ୍ଗିଯାଇଛି । ଏହା ଫଳରେ ଜେମାଦେଇପୁର, ଢିହନରସିଂହପୁର, ନଛିପୁର, ନରସିଂହପୁର ଲୋକେ ଏହି ପୋଲ ଦେଇ ଗ୍ରାମପଂଚାୟତ କାର୍ଯ୍ୟାଳୟ, ପଟୁଣିଆ ଗାଁ, ହାଇସ୍କୁଲ, ବଜାରକୁ ଯିବା ବେଳେ ସମସ୍ୟା ଭୋଗୁଛନ୍ତି । ଏହି ରାସ୍ତା ଏବଂ କଲଭର୍ଟ ନିର୍ମାଣ ବେଳେ କୌଣସି ସ୍ଥାନରେ ସୂଚନା ଫଳକ ଲଗାଯାଇ ନାହିଁ ।  ସରକାରୀ ଅର୍ଥର ହରିଲୁଟ ପାଇଁ ଲୋକଙ୍କୁ ଅନ୍ଧାରରେ ରଖିବାକୁ ଉଦ୍ୟମ କରାଯାଇଛି । ଏଭଳି କାର୍ଯ୍ୟକୁ ତଦାରଖ କରି ବିଲ ପ୍ରଦାନ କରିଥିବା ଅଧିକାରୀ ଏବଂ ଠିକାଦାରଙ୍କ ବିରୋଧରେ କାର୍ଯାନୁଷ୍ଠାନ  ପାଇଁ ସାଧାରଣରେ ହେଉଥିବା ଦାବି ପ୍ରତି ବିଭାଗ ଚୋର ମାଉସୀ ସାଜିଥିବାରୁ କର୍ଣ୍ଣପାତ କରୁନାହିଁ । ଏହା କେବଳ ଗୋଟିଏ ଦୃଷ୍ଟାନ୍ତ ମାତ୍ର । ଧର୍ମଶାଳା ବ୍ଲକରେ ଏଭଳି ବହୁ ରାସ୍ତା, ପୋଲ ନିର୍ମାଣ ହେବାର ମାତ୍ର ମାସ କେଇଟାରେ ପୁଣି ଭାଙ୍ଗି ଯାଉଛି । ଅନେକ କ୍ଷେତ୍ରରେ ଗୋଟିଏ ଗୋଟିଏ ରାସ୍ତାରେ ଦୁଇ ଦୁଇଟି ଯୋଜନାରୁ ଅର୍ଥ ଉଠାଯାଇଥିବା ବେଳେ ଗୋଟିଏ ଲେଖା ଯୋଜନାର ଅର୍ଥକୁ ସମୁଦାୟ ହଡପ କରାଯାଇଛି । ଏଥିନେଇ ଲେଖା ଯୋଖା ଅଭିଯୋଗ ପରେ ଆସିଥିବା ତଦନ୍ତ ନିର୍ଦ୍ଦେଶକୁ ବିଭାଗ ଚାପି ଦେଇଛି । କ୍ଷମତାସୀନ ନେତା, ଠିକାଦାର, ବିଭାଗୀୟ ଅଧିକାରୀଙ୍କ ମହାମେଂଟ ପାଇଁ ଏଠାରେ ସରକାର ଓ ଜନସ୍ୱାର୍ଥକୁ ଅଣଦେଖା କରାଯିବା ଫଳରେ ସରକାର ଜନଅସନ୍ତୋଷର ଶୀକାର ହେଉଛି । ତେବେ ସରକାରଙ୍କ ପ୍ରତି ସାଧାରଣରେ ଥିବା ଦୃଢ ଆସ୍ଥାର ଅଧିକ ବଳବତର କରିବା ପାଇଁ ଏଭଳି ଦୁର୍ନିତି ନେଇ ଦୃଷ୍ଟାନ୍ତଯୋଗ୍ୟ କାର୍ଯ୍ୟାନୁଷ୍ଠାନ  ପାଇଁ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିବା ସହ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । 

 

0
0
0
s2sdefault