ହେଡଲାଇନସ୍:

ଭାଗ୍ୟର ବିଡମ୍ବନା:  ଗଛ ସାଜିଲା ମୃତ୍ୟୁ ଦୂତ ! 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖେଳୁଥିବାବେଳେ ଗଛଡାଳ ତଳେ ଚାପିହୋଇ ଗଲା ନିରୀହ ଜୀବନ

ବାରିପଦା/ଦିଲ୍ଲୀପ ମହାନ୍ତି 

ପିଲାଟି ଗଛମୂଳେ ଖେଳୁଥିଲା | ହେଲେ ସେ କଣ ଜାଣିଥିଲା ସେଇଟା ତାର ଶେଷ ଖେଳ ହେବ ବୋଲି ! ଭାଗ୍ୟ ତା ସହ ଏତେ ଜଲ୍ଦି ମରଣ ଖେଳ ଖେଳିବା, ଜୀବନ କଣ ଜାଣିବା ଆଗରୁ  !! ବୁଧବାର ଅପରାହ୍ନ ପାଖାପାଖି ପାଞ୍ଚଟା ସମୟରେ ଗାଁ ମୁଣ୍ଡରେ ଖେଳପଡିଆଠାରେ ଗ୍ରାମର କୋଡିଏ ରୁ ଉଦ୍ଧ୍ୱ ପିଲା ଖେଳୁଥିବାବେଳେ ହଠାତ୍ ଏକ ବଡ ଗଛ ପଡିଯିବାରୁ ଘଟଣା ସ୍ଥଳରେ ଜଣେ ଛୋଟ ଝିଅର ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଆହାତ ହୋଇଛନ୍ତି । ଘଟଣାଟି ଘଟିଅଛି ମୟୁରଭଞ ଜିଲା  କୁଳିଅଣା ଥାନା ଅନ୍ତର୍ଗତ ଗାଙ୍ଗରାଜ ନିକଟବର୍ତ୍ତୀ ସାନଜୁଣବଣୀ ଗ୍ରାମରେ । ଆଜି ବର୍ଷା ନାହିଁ କିମ୍ବା ପବନ ମଧ୍ୟ ନାହିଁ କିନ୍ତୁ ଏପରି ଅଚାନକ ଏକ ବଡଗଛ ଉପୁଡି ପଡିବା ସମସ୍ତଙ୍କୁ ଆଶ୍ଚାର୍ଯ୍ୟ କରିଅଛି । ଘଟଣା ସ୍ଥଳରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ଲୋକମାନେ ପହଞ୍ଚି  ସମସ୍ତ ପିଲାମାନଙ୍କୁ ଉଦ୍ଧାର କରିଥିବାବେଳେ  ଏକ ଗଛଡାଳ ତଳେ ଚାପିହୋଇ ଜଣେ ଆଠ ନଅ ବର୍ଷର କୁନିଝିଅର ମୃତ୍ୟୁ ଘଟିଅଛି ।ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଛତିଶ ନାୟକ ଙ୍କ ଝିଅ ଆଦ୍ୟାଶା ନାୟକ ।ସିଏ  ସାନଜୁଣବଣୀ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ । ଗ୍ରାମର କୁଡିଏରୁ ଉଦ୍ଧର୍୍ ଛୋଟ ଛୋଟ ପିଲା ଖେଳୁଥିବାବେଳେ ଏପରି ଦୁଃଖଦ ଘଟଣା ଘଟିବାପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଅଛି । ଏ ବାବଦରେ କୁଳିଅଣା ଥାନାରେ ୨୯/୨୦୧୮ ରେ ଏକ ଅପମୃତ୍ୟୁ ମାମାଲା ରୁଜୁ କରାଯାଇ ଶବ ବ୍ୟବଛେଦ ନିମନ୍ତେ ପଠାଯାଇଅଛି ।

 

0
0
0
s2sdefault