ହେଡଲାଇନସ୍:

ବିସିଇଟିରେ ବାହୁଡ଼ାଯାତ୍ରା ସମ୍ପନ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିସିଇଟିରେ ବାହୁଡ଼ାଯାତ୍ରା ସମ୍ପନ୍ନ 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ଶେରଗଡ଼ସ୍ଥିତ ବାଲେଶ୍ୱର କଲେଜ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (ବିସିଇଟି) ପରିସରରେ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ମହାସମାରୋହରେ ଅନୁଷ୍ଠିତ  ହୋଇଯାଇଛି । ଅପରାହ୍ନରେ ଶଙ୍ଖ, ଘଣ୍ଟା, ମାଦଳ, କିର୍ତ୍ତନ ଓ ହରିବୋଲ ଧ୍ୱନିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇଥିଲା । ତତ୍ପରେ ବିସିଇଟିର ପ୍ରତିଷ୍ଠାତା  ତଥା ପରିଚାଳନା ପରିଷଦର ସଭାପତି ଡ. ମନ୍ମଥ କୁମାର ବିଶ୍ୱାଳ ଶ୍ରୀଜୀଉଙ୍କୁ ରାଥାରୁଢ଼ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଡ. ବିଶ୍ୱାଳଙ୍କ ସହଧର୍ମିଣୀ ତଥା ପରିଚାଳନା ପରିଷଦର ସମ୍ପାଦିକା ସୁବ୍ରତା ବିଶ୍ୱାଳ ସହଯୋଗ କରିଥିଲେ । ତାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ  ଡ. ଅଭୟ କୁମାର ପଣ୍ଡା, ଉପ-ନିର୍ଦ୍ଦେଶକ  ଡ. ଶ୍ରୀମାନ ଶ୍ରୀଚନ୍ଦନ ଓ ଉପାଧ୍ୟକ୍ଷ ଇଂ ପ୍ରୀତିରଞ୍ଜନ ବିଜୟସିଂଙ୍କ ତତ୍ତ୍ୱାବଧାନରେ ରଥକୁ ଛାତ୍ର ଛାତ୍ରୀ,  କର୍ମଚାରୀ ଓ ଭକ୍ତଗଣ ଶେରଗଡ଼ସ୍ଥ ମାଉସୀମା ମନ୍ଦିରରୁ ବିସିଇଟି ପରିସର ପର୍ଯ୍ୟନ୍ତ ଟାଣି ଟାଣି ନେଇଥିଲେ । ସେଠାରେ ଶ୍ରଦ୍ଧାଳୁ ମାନେ ରଥାରୁଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ପରିଶେଷରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜନସାଧାରଣ ଓ ପୁଲିସ ସହଯୋଗ କରିଥିଲେ । 

 

 

 

0
0
0
s2sdefault