ହେଡଲାଇନସ୍:

ଇମାମି ନଗର ଶ୍ରୀଜୀଉଙ୍କ ସୁନାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

25-07-18-imami.jpg - 133.33 kB 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳସ୍ଥିତ ଇମାମି ନଗର ଶ୍ରୀଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହୋଇଛି । ପ୍ରାତଃରୁ ସମସ୍ତ ରୀତିନୀତି ପୂଜାର୍ଚ୍ଚନା ସମାପନ ପରେ ଘ.୮.୩୦ମି. ସମୟରେ ଶ୍ରୀଜୀଉମାନେ ସୁସଜ୍ଜିତ ସୁନାବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ମନ୍ଦିରର ମୁଖ୍ୟ ପୂଜକ ପ୍ରଦୀପ୍ତ କୁମାର ମିଶ୍ର ତଥା ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ସିଂହସାମନ୍ତ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିଥିବା ବେଳେ ମନ୍ଦିର ବେଢ଼ାରେ ଆଲୋକସଜ୍ଜା ଓ ପୁଷ୍ପସଜ୍ଜା ଭକ୍ତମାନଙ୍କ ମନରେ ବେଶ୍ ଭାବାବେଗମୟ ସୃଷ୍ଟି କରିଥିଲା । ଇମାମି ଗ୍ରୁପ୍ର ଅନ୍ୟତମ ନିର୍ଦ୍ଦେଶକ  ତଥା ମନ୍ଦିର ପ୍ରଶାସନର ମୁଖ୍ୟ ପୁରୋଧା ସୁଶୀଲ କୁମାର ଗୋୟେଙ୍କା ଏବଂ କାଗଜକଳର ନିର୍ଦ୍ଦେଶକ ଏମ୍.ବି.ଏସ୍. ନାୟାର, ବରିଷ୍ଠ  ସଭାପତି ସୁଶୀଲ କୁମାର ଖୈତାନଙ୍କ ସମେତ ମନ୍ଦିର ପ୍ରଶାସନର କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ ।

0
0
0
s2sdefault