ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲା ଷ୍ଟିଲ ଟାଉନସିପର ପ୍ରଚୀନ ଦେବ ପୀଠ ସେକ୍ଟର-୩ ଅହିଁରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଯାତ୍ରୀନିବାସର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରୀନିବାସ ନିର୍ମାଣ ୧/୧୧/୨୦୧୮ ମସିହାରେ ଓଡିଶା ସରକାରଙ୍କ ତତ୍କାଳୀନ ପର୍ଯ୍ୟଟକ ତଥା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରଘୁନାଥପାଲ୍ଳୀ ବିଧାୟକ ସୁବ୍ରତ ତରାଇଙ୍କ ଉପସ୍ଥିତିରେ ଭିିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ନିବାସ ହବିଷାଳୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ ହୋଇଥିବାବେଳେ ଅନ୍ୟ ସମୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ପଳ୍ପ ରାଜସ୍ୱରେ ଗୃହ ଗୁଡ଼ିକୁ ଅସ୍ଥାୟୀ ଭାବରେ ପ୍ରଦାନ କରାଯିବ । ନିବାସର ରକ୍ଷଣାବେକ୍ଷଣ ଓ ବଟଂନ ଜଗନ୍ନାଥ ଦେବେନ୍ଦ୍ର ନାଥ ମନ୍ଦିର ଟ୍ରଷ୍ଟ ମାଧ୍ୟମରେ ପରିଚାଳନା ହେବ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଏହା ଏକ ନିରାଡ଼ମ୍ବରଭାବେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ କରକମଳରେ ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମ୍ମାନୀତ ଅତିଥି ଭାବରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ପାନପୋଷ ଉପଜିଲ୍ଲାପାଲ ଦୌଲାତ ଚନ୍ଦ୍ରାକାର, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ କୋଠାବାଡ଼ି ବିଭାଗର ମନୋଜ କୁମାର ମହାନନ୍ଦ ଓ ଟ୍ରଷ୍ଟ ବୋର୍ଡ଼ର ସଭାପତି ଗିରିଜା ଶଙ୍କର ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଓ ବିଧାୟକ ମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିରକୁ ବୁଲି ଦେଖିଥିଲେ । ଟ୍ରଷ୍ଟ ବୋର୍ଡ଼ ଓ ଆରଏସପି ମଧ୍ୟରେ ଜମି ହସ୍ତାନ୍ତରିତ ଓ ଦୋକାନ ଗୃହ ଖୋଲିବା ନେଇ ଦୀର୍ଘଦିନ ଧରି ଚାଲିଥିବା ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ । ଆରଏସପି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ପ୍ରୟାସ କରାଯିବ ବୋଲି ଜିଳ୍ଲାପାଳ ପ୍ରତିଶୃତି ଦେଇଥିଲେ ।
ରାଜ୍ୟ
ସେକ୍ଟର ୩ ପ୍ରାଚୀନ ଦେବ ପୀଠ ଅଇଁରାବନ୍ଧରେ ଯାତ୍ରୀ ନିବାସ ଉଦ୍ଘାଟିତ
- Hits: 344