ହେଡଲାଇନସ୍:

ମହାପ୍ରଭୂ ଶ୍ରୀଜଗନ୍ନାଥ ସିଂହଦ୍ୱାର ସମ୍ମୁଖରେ, ଦେବୀ ସୁଭଦ୍ରା ମଝି ରାସ୍ତାରେ ଓ ଭ୍ରାତା ବଳଭଦ୍ର ଅପେକ୍ଷାରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ମହାପ୍ରଭୂଙ୍କ ବାହୁଡ଼ାଯାତ୍ରା 

 

ବାରିପଦା(Dillip Mohanty )-  ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ବାହୁଡ଼ା ବିଜେ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରଧାମ ପୁରୀରେ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହେବାର ପରବର୍ତ୍ତି ଦିନ ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ଓ ଭଗ୍ନୀଙ୍କ ସହିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାକୁ ବିଜେ ହୋଇ ଭକ୍ତମାନଙ୍କୁ ବଡଦାଣ୍ଡରେ ଦର୍ଶନ ଦେଇଥାନ୍ତି ।  ମହାପ୍ରଭୂ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ । ସେ ଜଗତର ନାଥା ତାଙ୍କର ଦର୍ଶନ ନିମନ୍ତେ ସତେ ଯେମିତି ଭକ୍ତ ପାଗଳ । ବର୍ଷକରେ ଥରେ ବଡ ଦାଣ୍ଡରେ ଆଖି ପୁରାଇ ÿସେହି ଚକାଡୋଳାକୁ ଦର୍ଶନ କରିବା ପାଇଁ ଭକ୍ତ କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି । ଏପରିକି ଜିଲ୍ଲାର ବିଭିନ୍ନ ପ୍ରାନ୍ତ ସହିତ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଚ୍ଚିତ ଭକ୍ତଙ୍କ ସୁଅ ଛୁଟିଛି ଏହି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାକୁ । ଜନ ସମୂଦ୍ରରେ ପରିପୂର୍ଣ୍ଣ ହୋଇ ପଡ଼ିଛି ବଡ଼ଦାଣ୍ଡ । ଭିନ୍ନଭିନ୍ନ ପୋଷାକ ପରିଧାନ କରି ଭକ୍ତମାନେ ଅପେକ୍ଷାରେ ରହିଛନ୍ତି ଭାବଗ୍ରାହୀ ଭାବବିନୋଦିଆଙ୍କୁ । ହଜାର ହଜାର ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଛ ିବଡ଼ଦାଣ୍ଡ । ଖୋଳ, ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହିଳୀ ଆଦି ଶବ୍ଦରେ କମ୍ପି ଉଠିଥିଲା ବାରିପଦାର ଗଗନ ପବନ । ଜନ୍ମବେଦୀରେ ନବଦିନର ଲୀଳାଖେଳା ସମାପ୍ତ କରି ରତ୍ନବେଦୀକୁ ଫେରିବା ପାଇଁ ବଡ଼ଦାଣ୍ଡରେ ରଥାରୂଢ ÿହୋଇ ଅପେକ୍ଷାରେ ରହିଛନ୍ତି ତିନି ଠାକୁରଙ୍କ ସହିତ ପ୍ରଭୂ ସୁଦର୍ଶନ । ଭକ୍ତ ଓ  ଭଗବାନଙ୍କର ଏହି ଅପୂର୍ବ ମିଳନରେ ସମସ୍ତେ ହୋଇଉଠି ଥିଲେ ଆତ୍ମବିଭୋର । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ହଜାରହଜାର ଭକ୍ତଙ୍କ ମେଳରେ ଚତୁର୍ଦ୍ଧାମୂର୍ତ୍ତି ଫେରିବେ ରତ୍ନସିଂହାସନ ଅଭିମୁଖେ । ସୋମବାର ଆଷାଢ଼ ଶୋକ୍ଳ ଏକାଦସୀ ତିଥିରେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ବାହୁଡ଼ା ଯାତ୍ରା । ଅପୂର୍ବ ଆନନ୍ଦରେ ଭକ୍ତମାନେ ଅପେକ୍ଷା କରିଥିଲେ ରଥ ଟଣା ସମୟ ନିର୍ଘଣ୍ଟକୁୁ । କେତେବେଳେ ଆସିବ ଏହି ବ୍ରହ୍ମମୁହୂର୍ତ୍ତ । 

                ସୋମବାର ନିର୍ଦ୍ଧାରିତ ସମୟ ଠିକ୍ ଅଢେ଼ଇଟା ସମୟରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଉପରୁ ସଙ୍କେତ ଆସିବା ମାତ୍ରକେ ଭକ୍ତମାନେ ରଥର ଦୌଡ଼ିକୁ ଟାଣିବାରେ ଲାଗିଲେ । ନନ୍ଦିଘୋଷ ରଥର ଘର୍ଘର ନାଦ ଗୁଞ୍ଜୁରିତ ହୋଇ ଉଠିଲା ବଡ଼ଦାଣ୍ଡରେ । ଦକ୍ଷିଣାଭିମୁଖୀ ଯାତ୍ରାରେ ଫେରିଲେ ମନ୍ଦିରକୁ । ବଡ଼ଦାଣ୍ଡରେ ମହାପ୍ରଭୂଙ୍କୁ ଦର୍ଶନ ଫଳରେ କୋଟିଜନ୍ମର ପାତକ କ୍ଷୟ ସହିତ ବୈକୁଣ୍ଠ ପ୍ରାପ୍ତି ହେବାର ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି । ଏକ ଅଦ୍ଭୁତପୂର୍ବ ଭାକ୍ତିକ ପରିବେଶରେ କୋଠ ଭୋଗଖିଆ ପହଁଞ୍ଚିଥିଲେ ମନ୍ଦିର ସମ୍ମୁଖରେ । ଏହାପରେ ପାଳି ପଡ଼ିଲା ଦେବୀସୁଭଦ୍ରାଙ୍କ ଦର୍ପଦଳନ ରଥ । ପରମ୍ପରା ଅନୁସାରେ ମହିଳାମାନଙ୍କ ମଧ୍ୟରେ ଆରମ୍ଭ ହେଲା ରଥ ଦୌଡ଼ି ଧରିବାର ପ୍ରତିଯୋଗିତା । କିନ୍ତୁ ରଥର ଦୌଡ଼ିକୁ ଧରିବାର ଭାଗ୍ୟ ସମସ୍ତଙ୍କୁ ମିଳିପାରି ନଥିଲା । ଦେବୀ ସୁଭଦ୍ରାଙ୍କ ଜୟ ଧ୍ୱନୀ ସହିତ ଠେଲାପେଲା ମଧ୍ୟରେ ବଡ଼ଦାଣ୍ଡରେ ଆଗକୁ ଗଡ଼ିଲା ଦର୍ପଦଳନ ରଥ । ମହିଳା ଭକ୍ତମାନଙ୍କ ମଧ୍ୟରେ ରହିଥିବା ଏହି ଆଗ୍ରହ କିନ୍ତୁ ବେଶୀସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳି ନ ଥିଲା । ରଥ ବାରିପଦା ଟାଉନଥାନା ସମ୍ମୁଖରେ ପହଁଞ୍ଚିବା ପରେ ରଥ ଉପରୁ ଟଣା ବନ୍ଦ ହେବାର ସଙ୍କେତ ଆସିଲା । ସମସ୍ତଙ୍କ ମନରେ କିଛି ସମୟ ନିମନ୍ତେ ଦେଖା ଦେଇଥିଲା ଏକ ହତାଶ ଭାବ । ପୁଣି ପରବର୍ତ୍ତି ଦିନ ରଥକୁ ଟାଣିବାର ସୌଭାଗ୍ୟ ମିଳିପାରିବ ବୋଲି ମନେ ପକାଇ ଖୁସିରେ ଆତ୍ମହରା ହୋଇ ବଡ଼ଦାଣ୍ଡରେ ନୃତ୍ୟ ଆରମ୍ଭ କରିଥିବାର ଦେଖିବାକୁ ମିଳିଥିଲା  । ଏଣେ ଗୁଣ୍ଡିଚା ମନ୍ଦିର ବା ମାଉସୀମା ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ତାଳଧ୍ୱଜରେ ରଥାରୂଢ ÿହୋଇ ମଙ୍ଗଳବାରକୁ ଅପେକ୍ଷା କରିଛନ୍ତି ମହାପ୍ରଭୂ ବଳଭଦ୍ର । ପ୍ରବଳ ଆଗ୍ରହ ଉତ୍ସାହ ଓ ଉଦ୍ଧୀପନା ମଧ୍ୟରେ ମହାପ୍ରଭୂମାନଙ୍କର ପ୍ରଥମ ଦିବସର ବାହୁଡ଼ା ଯାତ୍ରା ସମାପ୍ତ ହୋଇଛି । ଏହି ରଥଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ଯାନ ବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇ ସହରର ବିଭିନ୍ନ ଛକମାନଙ୍କରେ ଟ୍ରାଫିକ ପୋଲିସ ଓ ପୋଲିସ ମୁତୟନ କରାଯାଇଥିଲା  । ଅପରାଧକୁ ରୋକିବା ଓ ଅପରାଧୀକୁ ସହଜରେ ଧରିବା ପାଇଁ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ରହିଥିବା ଉଚ୍ଚ କୋଠା ଓ ୱାଚ ଟାୱାର ଉପରୁ ଚଳାଚଳ କରୁଥିବା ଜନସାଧାରଣଙ୍କ ଉପରେ ଦୂରବିକ୍ଷଣ ଯନ୍ତ୍ର(ବାଇନାକୋଲାର) ମାଧ୍ୟମରେ ନଜର ରଖା ଯାଇଥିଲା । ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ତଥା ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକଙ୍କ ପ୍ରତ୍ୟକ୍ଷତତ୍ୱାବଧାନ ସହିତ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କ ମିଳିତ ନେତୃତ୍ୱ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀନଜନ ନାଏକ, ଏଡ଼ିସନାଲ ଏସପି ଭୂବନାନନ୍ଦ ଜେନା ପ୍ରମୁଖ ପୁଲିସ ବିଭାଗର ପଦାଧିକାରୀମାନଙ୍କ ସହାୟତା, ଜିଲା ପ୍ରଶାସନର ସମସ୍ତ ପଦାଧିକାରୀ ଓ ଅଧିକାରୀମାନଙ୍କ ସହଯୋଗରେ ମହାପ୍ରଭୂଙ୍କ ପ୍ରଥମ ଦିବସର ଏହି ବାହୁଡ଼ା ବିଜେ ଶାନ୍ତିଶୃଙ୍ଖଳାର ସହିତ ସମାପ୍ତ ହୋଇଛି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ବାରିପଦା ପୌର ନିର୍ବାହୀ ଅଧିକାରୀ ତଥା ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାସ ଓ ଜିଲା ସଂସ୍କୃତି ଅଧିକାରୀ ତନୁଜା ଶିର୍କାଙ୍କ ମିଳିତ ତତ୍ୱାବଧାନରେ ବଡ଼ଦାଣ୍ଡରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା । ଏଥି ସହିତ ରଥ ଟଣା ସମୟରେ ରଥ ଉପରୁ ପଣ୍ଡିତ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ  ।

 

0
0
0
s2sdefault