ସଂସ୍କୃତି ସମ୍ପନ୍ନ ସହର ପଦ୍ମପୁରର ସାଂସ୍କୃତିକ ବିକାଶ ପାଇଁ ସବୁକିଛି ସହଯୋଗ କରାଯିବ : ମନ୍ତ୍ରୀ ସୁଶାନ୍ତ ସିଂ
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ରି-କ୍ରିଏସନ ସେଣ୍ଟର ଠାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ଵର ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ବରଗଡ଼ର ମିଳିତ ସହଯୋଗ ରେ ଶୀତଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ସମଲେଇ ଓ ଜଗନ୍ନାଥ ଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉତ୍ସବକୁ ଉଦଘାଟନ କରିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ସ୍ବାଗତ ଓ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ ଭାଷଣ ପ୍ରସଙ୍ଗରେ ସଂସ୍କୃତି ସମ୍ପନ୍ନ ସହର ପଦ୍ମପୁର ର ସାଂସ୍କୃତିକ ବିକାଶ ପାଇଁ ସବୁକିଛି ସହଯୋଗ କରିବାପାଇଁ ପ୍ରକାଶ କରିଥିଲେ । ଏଇ ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ନାଟ୍ୟ ମଣ୍ଡପ ନିର୍ମାଣ ହେବାପାଇଁ ଘୋଷଣା କରିଥିଲେ । ପରେ ମଧୁମିତାଙ୍କ ସଂଯୋଜନା ରେ ଅନୁଗୁଳ ର ଶ୍ରୀମତୀ ସ୍ବପ୍ନାରାଣୀ ସିହ୍ନା ଓ ସାଥୀ ଓଡ଼ିଶୀ ନୃତ୍ୟ ଏବଂ ଅନ୍ୟାନ୍ୟ ନୃତ୍ୟ ଦଳର କଳାକାର ମାନେ ତାଙ୍କ କଳା ପ୍ରଦର୍ଶନ କରି ଦର୍ଶକ ଙ୍କ ମନମୋହି ନେଇଥିଲେ ।